
ଜୟପୁର, ୨/୮ ବୋରିଗୁମ୍ମା-ରାଣିଗଡ-କୋରାପୁଟ ରାସ୍ତାର ଦୟନୀୟ ଅବସ୍ଥା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବାରିଟିପୁଟ ଅଞ୍ଚଳରେ ଥିବା ଇତ୍ରିଗେସନ ଚିଫ୍ ଇଞ୍ଜିନିୟର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ପୁର୍ବତନ ମନ୍ତ୍ରୀ ଓ ବିଜେଡ଼ି ଉପସଭାପତି ଶ୍ରୀ ରବି ନାରାୟଣ ନନ୍ଦ। ବିକ୍ଷୋଭ ପରେ ଏକ ସଭା ଆୟୋଜିତ ହୋଇଥିଲା, ଯାହାରେ କୋରାପୁଟ, କୋଟପାଡ଼ ଓ ଜୟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଓ ଯୁବନେତାମାନେ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଉପସ୍ଥିତ ମାନ୍ୟଙ୍କ ମଧ୍ୟରେ ଥିଲେ ପୁର୍ବତନ ବିଧାୟକ ରଘୁରାମ ପଟାଲ, ବିରେନ ବିଷୟ, ଦୂର୍ଗା ମିଶ୍ର, ବାଲା ରାୟ, ଟୁନା ରଥ, ନାଗୁ ଧରା, ମଙ୍ଗ ମା, ବୋରିଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଦୀପ୍ତି ନାୟକ, ମାହେନ୍ଦ୍ର ଅଧିକାରୀ ଓ ହର ମିଶ୍ର।
ସଭାରେ ବକ୍ତାମାନେ ଏହି ରାସ୍ତାର ଦୁର୍ଦଶା ଦେଖାଇ ଶୀଘ୍ର ପୁନଃମରାମତି ଆବଶ୍ୟକତା ଉପରେ ଜୋର ଦେଇ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଉଚିତ ପଦକ୍ଷେପ ନେବା ପାଇଁ ଆହ୍ୱାନ ଜଣାଇଛନ୍ତି।