ଆଦିବାସୀ ଛାତ୍ରୀଙ୍କୁ ନେଇ ଅଶ୍ଳୀଳ ବ୍ୟବହାର ଅଭିଯୋଗ: ଶିକ୍ଷକ ବିରୁଦ୍ଧରେ ଏତଲା, ତଦନ୍ତରେ ଜିଲ୍ଲା ଅଭ୍ୟନ୍ତରୀଣ କମିଟି

Spread the love

ନବରଙ୍ଗପୁର/ଡାବୁଗାଁ,୨/୮ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ବରିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇଂରାଜି ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ ବିରୁଦ୍ଧରେ ଶ୍ରେଣୀଗୃହରେ ଅନୁସୂଚିତ ଜାତି ଓ ଆଦିବାସୀ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ଅସଦାଚରଣ କରିବା ଅଭିଯୋଗ ଉଠିଛି। ଏହି ଘଟଣା ପରେ ଜଣେ ଅଭିଭାବକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଶିକ୍ଷକ ରାଉତ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ପାଠ ପଢା ଦିଆଯିବା ସମୟରେ ଅପତିତ ଭାଷା, ଅଶ୍ଳୀଳ ଇଙ୍ଗିତ ଓ ଅପମାନଜନକ ବ୍ୟବହାର କରୁଥିଲେ। ଛାତ୍ରୀମାନଙ୍କ ଅନୁଯାୟୀ, ଏହି ଅନୁଚିତ ବ୍ୟବହାର ପାଇଁ ସେମାନେ ବାରମ୍ବାର ଲଜ୍ଜିତ ହେଉଥିଲେ। ଏହି ଅଭିଯୋଗ ପ୍ରସଙ୍ଗରେ ୨୮ ତାରିଖ ଦିନ ଛାତ୍ରଛାତ୍ରୀମାନେ ଦସ୍ତଖତ ସହ ଅଭିଯୋଗପତ୍ର ପ୍ରଧାନ ଶିକ୍ଷକ କେଶବ ଗୌଡ଼ଙ୍କୁ ଦେଇଥିଲେ।
ଏହି ଘଟଣାକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଥିଲା ଓ ଡାବୁଗାଁ ବିଇଓ ରଶ୍ମିତା ନେତମ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଏଥିପରେ ଜିଲ୍ଲା ଅଭ୍ୟନ୍ତରୀଣ ଅଭିଯୋଗ କମିଟିର ୬-ଜଣିଆ ଦଳ ବିଦ୍ୟାଳୟକୁ ପହଞ୍ଚି ଘଟଣାସ୍ଥଳର ତଦନ୍ତ କରିଛନ୍ତି।
ଏହି ଘଟଣା ପ୍ରତି ଜନଜାତି ସୁରକ୍ଷା ମଞ୍ଚ ମଧ୍ୟ କଠୋର ପ୍ରତିକ୍ରିୟା ଦେଖାଇଛି। ମଞ୍ଚର ସଭାପତି ମହୋନ ସିଂ ଗଣ୍ଡ ନେତୃତ୍ୱରେ ଏତଲା ଦେବା ସମୟରେ ମଞ୍ଚ ସଦସ୍ୟ ମୋହନ ନାୟକ, ଦୟାରାମ ଭତରା, ହୀରନ୍ୟ ମାଝୀ, ଜଗଦୀଶ ଭତରା, ରମେଶ ଚନ୍ଦ୍ର ମାଝୀ, ଡମ୍ବୁରୁ ଭତରା, ରାମ କୁମାର ଗଣ୍ଡ ଓ ଛାତ୍ରୀମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ।
ପୋଲିସ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଶିକ୍ଷା କ୍ଷେତ୍ରରେ ଏପରି ଅନୁଚିତ ବ୍ୟବହାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଅନେକ ସାମାଜିକ ସଂଗଠନ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *