
ଜୟପୁର/ବୈପାରିଗୁଡ଼ା, ୪/୮ ବୈପାରିଗୁଡ଼ା ବ୍ଲକ୍ର ଅଣ୍ଡରାଯୋଡ଼ି ଗ୍ରାମର ଧନ ଭୁମିଆଙ୍କ କ୍ଷତାକ୍ତ ମୃତଦେହ ଏକ ଚାଷ ଜମିରୁ ଉଦ୍ଧାର ହୋଇଥିବା ଘଟଣାରେ ହତ୍ୟା ଅଭିଯୋଗ ଆଣି ତଦନ୍ତ ଆରମ୍ଭ କରାଯାଇଛି। ମୃତକଙ୍କ ଭଉଣୀ ଫୁଲମତୀ ହଲଓ୍ବା ଏହି ଘଟଣା ପଛରେ ତାଙ୍କ ସହ ହାଟରୁ ଫେରୁଥିବା ଜଣେ ମହିଳା କିମ୍ବା ତାଙ୍କୁ ଲଗାଇ କିଛି ଲୋକ ଜଡିତ ଥିବା ଆଶଙ୍କା ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଧନ ଭୁମିଆ ଗତକାଲି ଦଣ୍ଡାବାଡି ହାଟକୁ ବୁଲିବା ପାଇଁ ଭଉଣୀଙ୍କ ଘରକୁ ଆସିଥିଲେ ଓ ଏକ ମହିଳାଙ୍କ ସହ ହାଟରୁ ଫେରିଥିଲେ। ରାତି ୭ଟା ସମୟରେ ଉଭୟ ଜଣ ଚାଷ ଜମି ପାର୍ କରି ଘରକୁ ଯାଇଥିବା କଥା ଭଉଣୀ କହିଛନ୍ତି।
ଆଜି ସକାଳେ ଅଞ୍ଚଳର କିଛି ଚାଷୀ ଏହି ଜମି ଦେଇ ଯିବା ବେଳେ ବିଲ ମଧ୍ୟରେ ଧନ ଭୁମିଆଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବୈପାରିଗୁଡ଼ା ଥାନା ପୁଲିସ ଏବଂ ବିଜ୍ଞାନିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରଥମିକ ତଦନ୍ତରେ ମୃତ୍ୟୁର କାରଣ ହେଉଛି ଗୁରୁତର ଚୋଟ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ପୁଲିସ ତରଫରୁ ଜଣାପଡ଼ିଛି। ଏହା ସଂପୃକ୍ତରେ ଜଣେ ମହିଳାଙ୍କ ଭୂମିକା ଓ ଅନ୍ୟ ଜଣେ ଅନୁମାନିତ ଲୋକଙ୍କ ବିରୋଧରେ ତଦନ୍ତ ଜାରି ଅଛି।