କୋରାପୁଟ: ଟ୍ରକ୍-ବାଇକ୍ ମୁହାଁମୁହିଁ ଧକା, ବାଇକ ଜଳିଗଲା, ବାପା-ପୁଅ ସହିତ ୨ ମୃତ, ୧ ଗୁରୁତର

Spread the love

କୋରାପୁଟ, ୨ /୮ କୋରାପୁଟ-ପୋଡ଼ଗଡ ମଧ୍ୟରେ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଏକ ଦୁଃଖଦ ଦୁର୍ଘଟନା ଘଟିଛି। ପୋଡ଼ଗଡ କନ୍ୟାଶ୍ରମ ନିକଟରେ ଏକ ବାଇକ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିବା ଫଳରେ ବାଇକ୍ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।
ଏହି ଦୁର୍ଘଟନାରେ ବାଇକ୍ ରେ ବସିଥିବା ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ମୃତକ ଦୁଇଜଣ ବାପା-ପୁଅ ବୋଲି ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ଘର କୋରାପୁଟ ସହରରେ ଅଛି। ଦୁର୍ଘଟନାରେ ଆଉ ଜଣେ ଲୋକ ଗୁରୁତର ଆହତ ହୋଇଛନ୍ତି, ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।
ଦୁର୍ଘଟନା ପରେ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣା ମୃତଦେହକୁ ଉଦ୍ଧାର କରିଛନ୍ତି ଏବଂ ଆହତଙ୍କୁ ଉପଚାର ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ଘଟଣା ସହିତ ସମ୍ପୃକ୍ତ ଟ୍ରକ୍ ଚାଳକ ଓ ଗାଡି ଚିହ୍ନଟ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *