ମାଲକାନଗିରି-ଆନ୍ଧ୍ର ସୀମାରେ ଜଙ୍ଗଲ ମଧ୍ୟରେ ଅଚିନ୍ହା ଶବ ଉଦ୍ଧାର, ଚିନ୍ତୁର ପୋଲିସ ତଦନ୍ତ ଆରମ୍ଭ

Spread the love

ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳ ମୋଟୁ ନିକଟସ୍ଥ ଆନ୍ଧ୍ର ପ୍ରଦେଶ ର କାଲେରୁ ଗ୍ରାମ ସିଲେରୁ ଗତ ୩୦ ତାରିଖ ଦିନ ଜଙ୍ଗଲ ମଧ୍ୟରେ ଜଣେ ଅଚିନ୍ହା ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ଘଟଣା ଉତ୍ତେଜନା ସୃଷ୍ଟି କରିଛି। ଏହି ଶବ କାଲେରୁ ଗ୍ରାମର ଏକ ଢ଼ାବା ହୋଟେଲ ପଛ ପଟ ଜଙ୍ଗଲ ମଧ୍ୟରେ ପଡିଥିବା ଦେଖି ଅଞ୍ଚଳବାସୀ ଚିନ୍ତୁର ଥାନାକୁ ସୂଚନା ଦେଇଥିଲେ।
ଖବର ମିଳିବା ସହିତ ଚିନ୍ତୁର ଥାନା ଏସଆଇ ଓ ତାଙ୍କ ଟିମ ଘଟଣାସ୍ଥଳକୁ ପହଁଚି ଶବ ଉଦ୍ଧାର କରି ମାମଲା ରୁଜୁ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି ଯେ, ମୃତ ବ୍ୟକ୍ତି ଜଣେ ପୁରୁଷ ଥିଲେ ଓ ଗାମୁଛା ବେକରେ ବାନ୍ଧି ଏକ ଗଛରେ ଫାସି ଦେଇଥିବା ଅନୁମାନ କରାଯାଉଛି। ସେ ଗୋଲାପୀ ରଙ୍ଗର ଟି-ସାର୍ଟ ଓ ଧୂସର ହାଫପ୍ୟାଣ୍ଟ ପିନ୍ଧିଥିଲେ। ମୃତଦେହର ମୁହଁ ଦୟନୀୟ ଭାବରେ ପଚିଯାଇଥିବାରୁ ତାଙ୍କ ପରିଚୟ ନିର୍ଣ୍ଣୟ ଅସମ୍ଭବ ହୋଇପଡିଛି।
ଚିନ୍ତୁର ଏସଆଇଙ୍କ କହିବା ଅନୁସାରେ, ଘଟଣାସ୍ଥଳରେ ଶବ ବ୍ୟବଛେଦ କରି ଶବକୁ ସମାଧି ଦିଆଯାଇଛି। ମୃତ ବ୍ୟକ୍ତି ସନ୍ଦର୍ଭରେ କୌଣସି ସୂଚନା ଥିଲେ କିମ୍ବା କେହି ତାଙ୍କୁ ଚିହ୍ନିପାରିଲେ ତେବେ ଚିନ୍ତୁର ଥାନାରେ ସଂଯୋଗ କରିପାରିବେ ବୋଲି ଅନୁରୋଧ କରାଯାଇଛି। ତାଙ୍କୁ ଚିହ୍ନିପାରିବା କିମ୍ବା ଗୋଟିଏ ନିଖୋଜ ବ୍ୟକ୍ତି ସନ୍ଦର୍ଭରେ ତଥ୍ୟ ଥିଲେ, ଚିନ୍ତୁର ଥାନାର ଏସଆଇଙ୍କ 9182609596 ନମ୍ବରରେ ସଂଯୋଗ କରିପାରିବେ।ପୋଲିସ ଏହି ମାମଲାକୁ ଗୁରୁତ୍ୱଦେଇ ତଦନ୍ତ ଜାରି ରଖିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *