କେନ୍ଦ୍ର  ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ବିଷୟ ରେ ସଚେତନତା ଶିବିର ଅନୁଷ୍ଠିତ

Spread the love

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ଟାଙ୍କୁଆ ଗ୍ରାମ ସଭାଗୃହ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଏଥିରେ ମୁଖ୍ୟ ଅତୀଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ ଜିଲ୍ଲ ଶ୍ରମ ଅଧିକାରୀ, ଜୟପୁର ଶୁଶ୍ରୀ ସବିତା କୁମାରୀ ନାୟକ, ଡିଇଓ, ଶ୍ରୀ ମନୋଜ ପାଣିଗ୍ରାହି,  ଟାଙ୍କୁଆ ଗ୍ରାମପଞ୍ଚାୟତ ପିଇଓ ଶ୍ରୀ ରମଣୀ ରଂଜନ ତ୍ରିପାଠୀ,  ସରପଞ୍ଚ ଶ୍ରୀମତୀ ରୁକ୍ମଣୀ ଗାଦାବା, ସମିତି ସଭ୍ୟ ଶ୍ରୀ ଶ୍ୟାମ ପରଜା ଶିବିରରେ ଯୋଗଦେଇଥିଲେ। ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ।  ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ବନ୍ଧୀୟ ରହିଥିବା ଯୋଜନା ବିଷୟରେ କହିଥିଲେ  ଶିକ୍ଷା  ସହାୟତା ଷଷ୍ଠ ଓ ସପ୍ତମ ଶ୍ରେଣୀ କନ୍ୟା ସନ୍ତାନ ପାଇଁ ବର୍ଷ କୁ 200000, ଅଷ୍ଟମ ଶ୍ରେଣୀ ଉଭୟ ପୁଅ ଏବଂ ଝିଅଙ୍କ ପାଇଁ ବର୍ଷକୁ ଦୁି ଲକ୍ଷ, ନବମ ଶ୍ରେଣୀ ଉଭୟ ପୁଅ ଝିଅ ପାଇଁ ବର୍ଷକୁ ତିନି ଲକ୍ଷ ଏବଂ ଦଶମ ଶ୍ରେଣୀ ଉଭୟ ପୁଅ ଝିଅ ପାଇଁ ବର୍ଷକୁ ଚାରିଲକ୍ଷ ସହାୟତା ରହିଅଛି। (କେବଳ ପଞ୍ଜିକୃତ କରିଥିବା ନିର୍ମାଣ ଶ୍ରମିକଙ୍କୁ ) ସ୍ବାଭାବିକ ମୃତ୍ୟୁ କାଳୀନ ସହାୟତା ଏକାକାଳୀନ ଦୁଇ ଲକ୍ଷ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଚାରି ଲକ୍ଷ ଦିଆଯାଇଥାଏ।  ତା ସହିତ ଆଇନ ସଚେତନା ଶିବିରରେ ହିତାଧିକାରୀ ମାନଙ୍କୁ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଦୁଇ ଜଣ ହିତାଧିକାରୀଙ୍କୁ ଏକାସଙ୍ଗରେ ମୃତ୍ୟୁକାଳିନ ସହାୟତା ଦୁଇ ଦୁଇ ଲକ୍ଷ ଟଙ୍କା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଏବଂ ଜିଲ୍ଲା ଶ୍ରମ ଅଧିକାରି ଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା। ସେହିପରି ବ୍ଲକ୍ ସାମାଜିକ ସୁରକ୍ଷା ଜୟପୁର କାର୍ଯ୍ୟଳୟ ତରଫରୁ  ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ମଧ୍ୟ ଶିବିରରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *