
କୋରାପୁଟ,୮/୮ ଜୟପୁର , ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ପ୍ରଦୀପ କୁମାର ମହନ୍ତ ଙ୍କ ତତ୍ବ୍ଅଦଧାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ସଭାଗୃହ ଠାରେ ପ୍ୟନେଲ ଓକିଲଙ୍କ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ କୋରାପୁଟ ଜିଲ୍ଲାର ସମସ୍ତ ତାଲୁକା ଓ ଜିଲ୍ଲା ପ୍ୟାନେଲ ଓକିଲ ମାନେ ଅଂଶଗ୍ରହଣ କରିଥିଲେ। ଏହି ତାଲିମ ଶିବିରକୁ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବାପ୍ରାଧିକରଣ, ଆନୁଷ୍ଠାନିକ ଭାବରେ ଦୀପପ୍ରଜଳନ କରି ତାଲିମ ଶିବିର ଆରମ୍ଭ କରିଥିଲେ। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ବିଷ୍ଣୁ ପ୍ରସାଦ ଦେବତା ଏବଂ ତାଲିମ ପରାମର୍ଶଦାତା ଭାବରେ ବରିଷ୍ଠ ଆଇନଜୀବି ଶ୍ରୀ ହେମନ୍ତ କୁମାର ଶଢଙ୍ଗି, ଏବଂ ଏ.ପିପି. ଆକମଲ ଶରିଫ ଯୋଗଦେଇ ପ୍ୟାନେଲ ଓକିଲ ମାନଙ୍କ ଭୂମିକା, କାର୍ଯ୍ୟକାରିତା, ଅଧିକାର ଏବଂ ଦାୟିତ୍ୱ, ଗ୍ରାହକଙ୍କ ସହିତ ଯୋଗାଯୋଗ ଏବଂ ପରାମର୍ଶ ଗିରଫ ବ୍ୟକ୍ତି, ଜାମିନ, ଆବେଦନ ବିଷୟରେ ତାଲିମି ପ୍ରଦାନ କରାଯାଇଥିଲା।