
ଇଣ୍ଟର୍ ନେସନାଲ ୟଙ୍ଗ ଇକୋ ହୀରୋ ଆୱାର୍ଡ଼ ରେ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ମୋନାନିତ
କୋରାପୁଟ, ୧୨/୮, କୋରାପୁଟ ଜିଲ୍ଲା ର ଝିଅ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ” ଆନ୍ତର୍ଜାତୀୟ ଯୁବ ପରିବେଶ ବିତ ସମ୍ମାନ “ ରେ ମନନିତ୍ ହୋଇ ଦେଶ, ରାଜ୍ୟ ଓ କୋରାପୁଟ ଜିଲ୍ଲା ର ନାମ ବିଶ୍ବରେ ପରିଚିତ କରିପାରିଛନ୍ତି। ପ୍ରତି ବର୍ଷ “ଆକ୍ସନ ଫର ନେଚେର,” ଅନୁଷ୍ଠାନ ସାନଫ୍ରାନ୍ସିକ, ଆମେରିକା ତରଫରୁ ବିଶ୍ବ ର ୮ ରୁ ୧୬ ବର୍ଷ ମଧ୍ୟରେ ଯୁବ ପରିବେଶବିତ ଙ୍କୁ ନେଇ ପ୍ରତିଯୋଗିତା ହୁଏ। ଏଥିରେ ବିଶ୍ବ ର ସମସ୍ତ ଦେଶ ର ପରିବେଶ ନିମନ୍ତେ କାର୍ଯ୍ୟ କରୁଥିବା ଶିଶୁ ମାନେ ନିଜର ପରିବେଶ ନିମନ୍ତେ କରୁଥିବା କାର୍ଯ୍ୟକ୍ରମ କୁ ଉପ ସ୍ଥାପନା କରିଥାନ୍ତି।
ଚଳିତ ବର୍ଷ ବିଶ୍ବ ର ୫୩ ଟି ଦେଶ, ଆମେରିକାର ୨୨ ଟି ରାଜ୍ୟ ର ୪୫୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ସେଥିରୁ ୧୪ବର୍ଷ କମ ବର୍ଗ ରେ ପ୍ରକାଶ ବିଦ୍ୟାଳୟ ଜୟପୁର ରେ ପଡୁଥିବା, ନବମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ନିଜର “ଜୈବ ବିବିଧତା ରେ ପାରମ୍ପାରିକ ଦେଶୀ ବିହନ ସଂରକ୍ଷଣ, ବ୍ୟାପକ ଚାଷ, ଓ ବିସ୍ମୃତ ଖାଦ୍ୟ ର ସଚେତନତା ” ନିମନ୍ତେ ଦ୍ଵିତୀୟ ହୋଇ ପୁରସ୍କାର ସରୁପ ୪୦୦ ଆମେରିକା ଡଲାର, ମାନପତ୍ର, ବିଶ୍ବ ରେ ନିଜର କାର୍ଯ୍ୟ ର ପ୍ରସାର ନିମନ୍ତେ ଅନୁଷ୍ଠାନ ତରଫରୁ ସହଯଗ ପାଇବେ। ସୂଚନା ଥାଉକି ହର୍ଷିତା ପ୍ରିୟଦର୍ଶିନୀ ଦେଶୀ ଧାନ, ମାଣ୍ଡିଆ, ଓ ଶୁଁଆ ର ସଂରକ୍ଷଣ, ବ୍ୟାପକ ଚାଷ, ଓ ବିସ୍ମୃତ ଖାଦ୍ୟ ର ପ୍ରସାର ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି। ଏଥିନିମନ୍ତେ ସେ ଦେଶ, ରାଜ୍ୟ, ଜିଲ୍ଲା ସ୍ତର ରେ ଅନେକ ଥର ସମ୍ମାନୀତ ହେଇଛନ୍ତି। ଜ୍ୱେଲ ଅଫ ଓଡ଼ିଶା, କୃଷକ ରତ୍ନ, ଆଇଡିଆ ୟଙ୍ଗ ଷ୍ଟାର ୨୦୨୪, ପ୍ରକୃତି ବନ୍ଧୁ, ଫୁଡ୍ ହୀରୋ,ଇଣ୍ଡିଆ ବୁକ ଅଫ ରେକଡ, ପ୍ରଫେସର୍ ରାଧାମୋହନ ବିହନ ବ୍ୟାଙ୍କ ସମ୍ମାନ ସହ ଜାତୀୟ, ରାଜ୍ୟ ସରକାର, ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଅନୁଷ୍ଠାନ ଙ୍କ ଠାରୁ ସମ୍ମାନିତ, ପୁରସ୍କୃତ ହେଇଛନ୍ତି। ଚଳିତ ବର୍ଷ ଭାରତ ର ଜଣେ ମାତ୍ର ପୁରସ୍କାର ର ନିମନ୍ତେ ମନ ନିତ ହେଇ ଦେଶ, ରାଜ୍ୟ, ଜିଲ୍ଲା ର ନାମ ରଖିଛନ୍ତି। ଏଥି ନିମନ୍ତେ ବୁଦ୍ଧିଜିବୀ,ବିଭିନ୍ୟ ଅନୁଷ୍ଠାନ, ବିଦ୍ୟାଳୟ ତରଫ ରୁ ତାଙ୍କୁ ଶୁଭେଛା ଜଣେ ଇ ଛନ୍ତି।