ବିଶ୍ୱ ଅଙ୍ଗଦାନ ଦିବସରେ ସ୍ୱର୍ଗୀୟ ଆଶିଷ ଛୁଆଲସିଂହଙ୍କୁ ‘ସୁରଜ ସମ୍ମାନ’

Spread the love

କୋରାପୁଟ, ୧୩/୮,ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ କୋରାପୁଟର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ଅଙ୍ଗଦାନ ମାଧ୍ୟମରେ ଅନ୍ୟମାନଙ୍କର ଜୀବନ ବଞ୍ଚାଇବାରେ ତାଙ୍କର ଅସାଧାରଣ ଅବଦାନ ପାଇଁ ତାଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରାଯାଇଛି।

ଜିଲ୍ଲା ସଭାଗୃହରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଏଡିଏମ୍ ଶ୍ରୀ ତପନ କୁମାର ନାଏକ, ସିଡିଏମଓ ଶ୍ରୀ ରବୀନ୍ଦ୍ରନାଥ ମିଶ୍ର ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ମାନ ସ୍ୱରୂପ ଆଶିଷଙ୍କ ଭଉଣୀ ଶ୍ରୀମତୀ ସସ୍ମିତା ଛୁଆଲସିଂହଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।
ଅଧିକାରୀମାନେ କହିଥିଲେ, ଆଶିଷଙ୍କ ଅଙ୍ଗଦାନ ଆନ୍ଦୋଳନକୁ ପ୍ରେରଣା ଦେବ ଓ ସମାଜରେ ମାନବତାର ଉଦାହରଣ ଭାବେ ସ୍ମରଣୀୟ ରହିବ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *