ହରଡ଼ଘଣାରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ l

Spread the love

ହରଡ଼ଘଣାରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ହରଡ଼ାପୁଟରେ ୭୮ଜଣଙ୍କ ଚକ୍ଷୁ ପରୀକ୍ଷା, ୩୨ଚଷମା ବଣ୍ଟନ

ଜୟପୁର :ରାଜ୍ୟ ସରକାରଙ୍କ ‘ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା’ରେ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ପକ୍ଷରୁ ଜୟପୁର ବ୍ଲକ ହରଡ଼ାପୁଟ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗ୍ରାମରୁ ଆସିଥିବା ମୋଟ ୭୮ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା।ଶିବିରରେ ଚକ୍ଷୁରୋଗୀଙ୍କୁ ଔଷଧ ବଣ୍ଟନ ସହିତ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ହୋଇଥିଲା।୧୬ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ ସହିତ ଦୃଷ୍ଟିଦୋଷ ଥିବା ୩୨ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା।ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କର ଜୟପୁର ସ୍ଥିତ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସ୍ଵସ୍ତିକ ମହଲାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।

ରାବଣାଗୁଡ଼ା ପିଏଚଇଓ ଧରିତ୍ରୀ ମୁଦୁଲି ଓ ବିପିଏମ ଦ୍ୱିପାନିତା ପଟ୍ଟନାୟକ ଶିବିର ଆୟୋଜନର ନେତୃତ୍ୱ ନେଇଥିଲେ।ପିଏଚଇଓ ଧରିତ୍ରୀ ମୁଦୁଲିଙ୍କ ସହିତ ସୁପରଭାଇଜର ଶାନ୍ତିଲତା ପ୍ରଧାନ,ସ୍ବାସ୍ଥ୍ୟକର୍ମୀ କେ.ନାଗରାଜୁ ଓ ସଞ୍ଜୟ ସାହୁ ଶିବିର ପରିଚାଳନା କରିଥିଲେ।ଅଙ୍ଗନୱାଡ଼ି କର୍ମୀ କମଳା ପେଣ୍ଠିଆ ଓ କଳ୍ପନା ଜାନି,ଆଶାକର୍ମୀ ପୁଷ୍ପାଞ୍ଜଳି ବିଷୋୟୀ,ନଜରିତା ତାରା ଓ ରମଣୀ କଚିମ ସହଯୋଗ କରିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *