ଉପଜିଲ୍ଲପାଳ ଙ୍କ ନିର୍ଦେଶ କୁ ଅବମାନନା କଲେ ଅଙ୍ଗନବାଡି ଦିଦି

Spread the love

ଉପଜିଲ୍ଲପାଳ ଙ୍କ ନିର୍ଦେଶ କୁ ଅବମାନନା କଲେ ଅଙ୍ଗନବାଡି ଦିଦି

ରାଇଘର : ବର୍ଷେ ଉପରେ ହେବ ଅଙ୍ଗନବାଡି କର୍ମୀ ଅଙ୍ଗନବାଡି କୁ ଯୋଗ ଦେଉନଥିବାରୁ ଗ୍ରାମର ଯୁବକ ମାନେ ଅଙ୍ଗନବାଡି ଛୁଆ ଙ୍କୁ ପଢ଼େଇବାର ଦୃଶ୍ୟ ଦେଖିବାକୁ ମିଳିଛି ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ପରଚିପାରା ପଂଚାୟତ ର ନୂଆ ଢ଼ୋଡ୍ରା କଲୋନୀ ଗ୍ରାମର କିଛି ଲୋକ ସହ ଅଙ୍ଗନବାଡି କର୍ମୀ ଗାୟତ୍ରୀ ନାୟକ ଙ୍କୁ କୌଣସି କାରଣରୁ ବିବାଦ ରହିଥିବା ବେଳେ ବର୍ଷେ ହେଲା ଅଙ୍ଗନବାଡି ଦିଦି ଅଙ୍ଗନବାଡି କାର୍ଯ୍ୟ ରେ ଯୋଗ ଦେଉନଥିବା ବେଳେ ଛୋଟ ଛୋଟ ଛୁଆ ଙ୍କ ଭବିଷ୍ୟତ ଅନ୍ଧାରରେ ଫଳରେ ଗ୍ରାମର କିଛି ଯୁବକ ଛୁଆ ମାନଙ୍କୁ ପାଠ ପଢେଇବାର ଦେଖିବାକୁ ମିଳିଛି ଏହି ବିଷୟରେ ବାରମ୍ବାର ଗ୍ରାମବାସି ସମାଧାନ ପାଇଁ ପ୍ରଶାସନ ପାଖେ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ରାଇଘର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ମିସାଗର ମାଝୀ,ରାଇଘର ସିଡିପିଓ ଗୀତାଞ୍ଜଳି ମିଶ୍ର, ପରଚିପାରା ସେକ୍ଟର ସୁପରଭାଇଜର ସମେତ ପୋଲିସ ପକ୍ଷରୁ ଏକ ଟିମ ଢ଼ୋଡ୍ରାକଲୋନୀ ଗ୍ରାମ କୁ ଯାଇ ଗ୍ରାମବାସି ଙ୍କ ସହ ସମାଧାନ ପାଇଁ ବୈଠକ ବସିଥିଲେ କିନ୍ତୁ ଉକ୍ତ ବୈଠକ ରେ ଅଙ୍ଗନବାଡି କର୍ମୀ ଗାୟତ୍ରୀ ନାୟକ ଆସିନଥିଲେ ତାଙ୍କୁ ସିଡ଼ିପିଓ ଗୀତାଞ୍ଜଳି ମିଶ୍ର ବାରମ୍ବାର ବୈଠକ କୁ ଡାକିବା ସ୍ୱତ୍ତେ ଅଙ୍ଗନବାଡି କର୍ମୀ ଜଣକ ବୈଠକ କୁ ଆସିନଥିଲେ,

ପରେ କିଛି ସମାଧାନ ର ବାଟ ଫିଟିନଥିଲା ପରେ ସିଡିପିଓ ଗୀତାଞ୍ଜଳି ମିଶ୍ର ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଦେବା ପରେ ଉପଜିଲ୍ଲାପାଳ ଉକ୍ତ ଅଙ୍ଗନବାଡି କର୍ମୀ ଙ୍କ ନାମରେ ନୋଟିସ ଜାରି କରିଥିବା ବେଳେ ଏହି ନୋଟିସ ଅଙ୍ଗନବାଡି କାନ୍ଥ ରେ ଲଗା ଯାଇଥିବାର ଦେଖିବାକୁ ମିଳିଛି ଉକ୍ତ ନୋଟିସ ରେ ସାତଦିନ ଭିତରେ ଅଙ୍ଗନବାଡି କର୍ମୀ ଗାୟତ୍ରୀ ନାୟକ କାର୍ଯ୍ୟରେ ଯୋଗ ନ ଦେଲେ ଚାକିରୁ ରୁ ବିଦା କରାଯିବ ବୋଲି ନିର୍ଦେଶ ଦେଇଥିବା ବେଳେ ଅଙ୍ଗନବାଡି କର୍ମୀ ଜଣକ କାର୍ଯ୍ୟରେ ଯୋଗ ନ ଦେଇ ସିଧାସଳଖ ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅବମାନନା କରିଥିବାର ଦେଖିବାକୁ ମିଳିଛି ଉକ୍ତ ଘଟଣା ବିଷୟରେ ଶିଶୁ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ମିଶ୍ର ଙ୍କୁ ପଚାରିବାରୁ ଏହି ଅଙ୍ଗନବାଡି କର୍ମୀ ବିଭିନ୍ନ ବାହାନା ଦେଖେଇ ଅଙ୍ଗନବାଡି କୁ ଯୋଗ ଦେଉନଥିବା ସହ ସମାଧାନ ପାଇଁ ଡାକିଲେ ମଧ୍ୟ ଆସୁନଥିବାର କହିଛନ୍ତି ଏବଂ ମୁ ଆଉ କିଛି କରିପାରିବିନାହିଁ ଉପର ଅଧିକାରୀ ଙ୍କୁ ଏହି ଘଟଣା ବିଷୟରେ ଜଣେଇବି ବୋଲି କହିଥିଲେ ସିଡିପିଓ ଗୀତାଞ୍ଜଳି ମିଶ୍ର

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *