୯ ଦଫା ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବ୍ଲକ ଘେରାଉ

Spread the love

୯ ଦଫା ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବ୍ଲକ ଘେରାଉ

କୁନ୍ଦୁରା : ବିଭିନ୍ନ ସମସ୍ୟା ନେଇ ବ୍ଲକ ଘେରାଉ କଲେ ଭାରତୀୟ ମଜଦୂର ସଙ୍ଘ । କୋରାପୁଟ ଜିଲ୍ଲା ଅଧନସ୍ଥ କୁନ୍ଦୁରା ବ୍ଲକ ଠାରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ୯ ଦଫା ଦାବି ନେଇ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ଘେରିଲା ଓଡିଶା ମୋଜଦୁର ସ୍ୱାବଲମ୍ବୀ କାରିଗର ସଙ୍ଘଛ କୋରାପୁଟ ଜିଲ୍ଲାର ସ୍ୱାବଲମ୍ବୀ କାରିଗର ତଥା ପମ୍ପ ଚାଳକ ମାନେ ସରକାରଙ୍କ ଅଧୀନରେ ରହିଥ‌ିବା ପାନୀୟ ଜଳ ବିଭାଗରେ ଦୀର୍ଘ ୨୫ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତ। କିନ୍ତୁ ଦିନ ମଜୁରିଆଙ୍କ ଭଳି ମାସିକ (୩୨୦୦) ତିନିହାଜାର ଦୁଇଶହ ଟଙ୍କା ପ୍ରଦାନ କରୁଥିବା
ହେତୁ ଚଳିବାରେ ସମସ୍ୟା ହେଉଥୁବା ପ୍ରକାଶ କରିଛନ୍ତି ଛ ସେହିପରି ସମସ୍ୟାକୁ ନେଇ ପମ୍ପ ଚାଳକ କାରିଗର ସଙ୍ଘ ଶୋଭାଯାତ୍ରା କରିବା ସହ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡିଙ୍କ ଜରିଆରେ ଓଡିଶା ପଞ୍ଚାୟତ ରାଜ ଏବଂ ଶ୍ରମ ମନ୍ତ୍ରୀଙ୍କୁ ଏକ ୯ ଦଫା ଦାବିପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି । ଉକ୍ତ ଦାବୀ ଗୁଡ଼ିକ ହେଲା ପମ୍ପ ଚାଳକ ମାନଙ୍କୁ ସରକାରୀ ଚାକିରିଆ ଭାବେ ଘୋଷଣା କରିବା ସହ ଦୈନିକ ମଜୁରୀ (୬୦୦) ଛଅଶହ ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଉ । ସେହିଭଳି ସ୍ୱାବଲମ୍ବୀ କାରିଗର ଏବଂ ପମ୍ପ ଚାଳକ ମାନଙ୍କ ପରିଚୟ ପ୍ରଦାନ କରିବା ସହ ଭବିଷ୍ୟ ନିର୍ଧା, ବୀମା ଏବଂ ଇଏ ସ ଆଇ ଲାଗୁ କରାଯାଉ । ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ (୧୦) ଦଶଲକ୍ଷ ଏବଂ ସ୍ୱାଭାବିକ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛଅବସର କାଳୀନ ସହାୟତା ୫ ଲକ୍ଷ ଏବଂ ମାସିକ ପେନସନ ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯାଉ ଛ ପ୍ରତି କାରିଗର ଏବଂ ପମ୍ପ ଚାଳକ ମାନଙ୍କୁ ଖାଲି ପଦବୀରେ ନିଯୁକ୍ତ କରିବା ସହ ସମାନ କାମକୁ ସମାନ ଦରମା ଦିଆଯାଉ ବୋଲି ଉଲ୍ଲେଖ ରହିଛି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *