ଓଡ଼ିଶା ସାମ୍ବାଦିକ ସଙ୍ଘ ଓଜେୟୁ ତତଫରୁ ମୁଖ୍ୟା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

Spread the love

ଓଡ଼ିଶା ସାମ୍ବାଦିକ ସଙ୍ଘ ଓଜେୟୁ ତତଫରୁ ମୁଖ୍ୟା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ନବରଙ୍ଗପୁର ;ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନବରଙ୍ଗପୁର ଗସ୍ତ ସମୟରେ ଓଡ଼ିଶା ସାମ୍ବାଦିକ ସଙ୍ଘ (ଓଜେୟୁ) ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଆଜି ପୂର୍ବାହ୍ନରେ ଓଡ଼ିଶା ସାମ୍ବାଦିକ ସଙ୍ଘ ନବରଙ୍ଗପୁର ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅମନ୍ତ୍ରଣରେ ସଙ୍ଘର ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା, ଜିଲ୍ଲା ସମ୍ପାଦକ ଜାନକୀ କାନ୍ତ ବିଷୋୟୀ ମୁଖ୍ୟମନ୍ତ୍ରୀଙ୍କ ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଯଥା, ସାମ୍ବାଦିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଭୁବନେଶ୍ଵର ଠାରେ ଓଡିଶା ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ପାଇଁ ଜାଗା ଯୋଗାଇଦେବା, ଗୃହ ଋଣ ବ୍ୟବସ୍ଥା କରି ସୁଧ ପ୍ରଦାନ କରିବା ଓ ଅନ୍ୟାନ୍ୟ ଅନେକ ବିଷୟ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର କୋଷାଧ୍ୟକ୍ଷ ଦେବୀ ମହାପାତ୍ର, ଶ୍ରୀହରି ବିଷୋୟୀ, ଶିବ ଶଙ୍କର ବିଷୋୟୀ, ଖଗ ବିଷୋୟୀ, ଦିୱାନ ସିଂ, ସୁଜିତ୍ ରଥ, ବେଣୁ ଗୋପାଳ ରାଓ, ପୋପୁ ପଟ୍ଟନାୟକ, ଦେବାଶିଷ ଦାସ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଏହି ପ୍ରତନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ନବରଙ୍ଗପୁର ସର୍କିଟ ହାଉସ ଠାରେ ସାକ୍ଷାତ ଆଲୋଚନା କରି ଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଜେୟୁ ସଙ୍ଘର ସାମ୍ବାଦିକ ମାନଙ୍କ ସହ କଥା ହୋଇ ସମସ୍ତ ବିଷୟ ଗୁଡ଼ିକୁ ସରକାର ଗୁରୁତର ଦେବା ପ୍ରତିଶ୍ରୁତି ଦେଇ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କାର୍ଯ୍ଯ ସମ୍ପାଦନା କରିବା ପାଇଁ ଉପଦେଶ ଦେଇଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *