ଲକ୍ଷ୍ମୀ ବସ୍‌ର ଲାଭ ଗ୍ରାମବାସୀଙ୍କୁ ମିଳୁନି l

Spread the love

ଲକ୍ଷ୍ମୀ ବସ୍‌ର ଲାଭ ଗ୍ରାମବାସୀଙ୍କୁ ମିଳୁନିକୋରାପୁଟ: ଜିଲ୍ଲାର ୧୪ଟି ବ୍ଲକରେ ଚାଳିଛି ୪୬ଟି ଲକ୍ଷ୍ମୀ ବସ୍। ଗ୍ରାମବାସୀଙ୍କୁ ସୁଲଭମୂଲ୍ୟରେ ଏହି ବସ୍ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହା ଆରମ୍ଭ କରିଛନ୍ତି। ତେବେ ଯେଉଁ ଉଦେଶ୍ୟ ନେଇ ଏହା ଆରମ୍ଭ କରାଯାଇଛି ତାହାର ଉଦ୍ଦେଶ୍ୟ ସାଧିତ ହୋଇ ପାରୁନି।
ଗ୍ରାମାଞ୍ଚଳରେ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ ଠାରୁ ଆରମ୍ଭ କରି ସହରକୁ କାମ କରିବାକୁ ଆସୁଥିବା ଦିନ ମଜୁରିଆ, ଶ୍ରମିକ , ଛାତ୍ରଛାତ୍ରୀ, କର୍ମଚାରୀ ଓ ମହିଳା ମାନେ ସ୍ବଳ୍ପ ମୂଲ୍ୟରେ ସହରକୁ ଆସି ପାରିବେ। ତେବେ ସେପରି ହୋଇ ପାରୁନି।
ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୧ଟା ବେଳେ ପହଞ୍ଚି ପୁଣି ସହରକୁ ଆସିବା ବେଳକୁ ୧୨ଟାରୁ ଗୋଟାଏ ହେଉଛି। ଦିନର ଅଧା ସମୟ ପଳାଉଛି। ତେଣୁ ଗାଁର ଲୋକେ ଲକ୍ଷ୍ମୀ ବସ୍‌ରେ ଆସିବା ବଦଳରେ ପୂର୍ବ ପରି ଅଧିକା ଯାତ୍ରୀ ଭଡ଼ା ଦେଇ ଅଟୋ ଗୁଡିକ‌ରେ ଆସୁଛନ୍ତି।
ସେହିପରି କୃଷକ , ଛୋଟ ବ୍ୟବସାୟୀ ମାନେ ଡାଲା ଅଟୋରେ ଅଧିକା ଭଡ଼ା ଦେଇ ଯିବା ଆସିବା କରୁଛନ୍ତି। ବସ୍‌ ଗୁଡିକ ଗାଁରେ ରହି ସକାଳୁ ବାହାରିବା ବଦଳରେ ବ୍ଲକ, ଜିଲ୍ଲା ସଦରମହକୁମାରେ ରହୁଛି। ଏହା ଫଳରେ ଏପରି ସମସ୍ୟା ଉପୁଜୁଛି‌ ବୋଲି ଗ୍ରାମବାସୀମାନେ କହିଛନ୍ତି। ସମ୍ପ୍ରତି ଲକ୍ଷ୍ମୀ ବସ୍ ଗୁଡିକ କ୍ଷତି‌ରେ ହିଁ ଚାଳୁଛି। ବହୁ ସମୟରେ ଏହି ବସ୍ ଗୁଡିକ ବିନା ଯାତ୍ରୀରେ ଗାଁକୁ ଯାଇ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ଫେରୁଛି।
ପୂର୍ବରୁ ସହରରୁ ଯିବା ସମୟରେ ସରକାରୀ କର୍ମଚାରୀମାନେ ବି ଗାଁକୁ ଲକ୍ଷ୍ମୀ ବସ୍‌ରେ ଯିବା ଆସିବା କରୁଥିଲେ। ତେବେ ବସ ଚଳାଚଳର ସମୟ ସାରିଣୀ ବି ଠିକରେ ରହୁନି। ଅପରପକ୍ଷରେ ବହୁ ବସର ଯନ୍ତ୍ରାଂଶ ରାସ୍ତାରେ ଖରାପ ହୋଇ ଯାଉଛି। ସେହିପରି ଲକ୍ଷ୍ମୀବସ୍‌ ପାଇଁ ଗାଁ ଗୁଡିକରେ କରାଯାଇଥିବା ବସ୍‌ଷ୍ଟାଣ୍ଡ ଗୁଡିକର ଅବସ୍ଥା ବି ନ କହିବା ଭଲ। ତେବେ ଏହି ବସ୍‌ ଗୁଡିକ ସହର ତଥା ବ୍ଲକସଦରମହକୁମାରୁ ବାହାରିବା ବଦଳରେ ଗାଁରୁ ବାହାରିଲେ ଗ୍ରାମାଞ୍ଚଳର ଯାତ୍ରୀମାନେ ଲାଭନ୍ବିତ ହେବେ ବୋଲି ଗ୍ରାମବାସୀମାନେ କହିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *