ଷ୍ଟାଡିୟମ ନାଁରେ ଲକ୍ଷାଧିକ ଟଙ୍କା ପାଣିରେ l

Spread the love

ଷ୍ଟାଡିୟମ ନାଁରେ ଲକ୍ଷାଧିକ ଟଙ୍କା ପାଣିରେକୋରାପୁଟ: ପରିଚାଳନାଗତ ତ୍ରୁଟି, ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେଖାରଖା ଅଭାବରୁ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଭୈରବ ଷ୍ଟାଡିୟମର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କ୍ରୀଡା ଓ କ୍ରୀଡାବିତ ବିକାଶ ନାଁରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି।
ବୋରିଗୁମ୍ମା-ରାଣୀଗଡ ରାସ୍ତାର ଦୁଲ୍ଲାଗୁଡା ଗାଁ ନିକଟରେ ଥିବା ଖୋଲାପଡିଆର ସମ୍ମୁଖ ଭାଗରେ ପାଚେରୀ, ସୁନ୍ଦର ଗେଟ ସହ ବାସ୍କେଟବଲ ଓ ସ୍କେଟିଂ ଗ୍ରାଉଣ୍ଡ ନିର୍ମାଣ କରାଯାଇଥିଲା। ଫୁଟବଲ ଖେଳିବା ପାଇଁ ଖୋଲାପଡିଆକୁ ସାମାନ୍ୟ ସଜାଡ଼ି ଦିଆଯାଇଥିଲା। ଏବେ ୨୪ଘଣ୍ଟାଗେଟ୍ ଖୋଲା ରହୁଛି।
ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ବାସ୍କେଟବଲ ଗ୍ରାଉଣ୍ଡର ଟର୍ଫ ପିଚ୍‌ରୁ ସବୁ ଟର୍ଫ ବାହାରି ଗଲାଣି। ସ୍କେଟିଂ ଗ୍ରାଉଣ୍ଡକୁ ଯେଭଳି ନିର୍ମାଣ କରାଯିବା କଥା କରାଯାଇନି।
ଫୁଟବଲ ପଡିଆର ଅବସ୍ଥା ନକହିବା ଭଲ। ଲଟାବୁଦାରେ ଏହ ଭରି ଗଲାଣି। ଅପରପକ୍ଷରେ ସବୁ ବେଳେ ଖୋଲା ମେଳା ରହୁଥିବାରୁ ଏହାରି ମଧ୍ୟକୁ ଅସମାଜିକତତ୍ତ୍ବ ମାନେ ବି ଜମା ହୋଇ ରହୁଛନ୍ତି।
ପଡିଆରେ ମଦ ପିଇ ବୋତଲ ଏବଂ ଚାଖଣା ଜରି, ପଲିଥିନ୍ ଆଦି ପକାଉଛନ୍ତି। ସନ୍ଧ୍ୟା ନଇଁବା ମାତ୍ରକେ ବହୁ ଅନୈତିକ କାର୍ଯ୍ୟକଳାପ ବି ଏହି ଷ୍ଟାଡିୟମ ପରିସରରେ ହେଉଛି।
ଏତେ ସୁନ୍ଦର ଭାବେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମର ଉପଯୁକ୍ତ ଦେଖାରଖା, ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମା‌ଣ କରାଯାଇଥିବା ଷ୍ଟାଡିୟମର ଅବସ୍ଥା ଶୋଚନୀୟ ହେବା ସହ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଗଲା ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। କିଭଳି ଏହାର ପୁନଃଉଦ୍ଧାର ହେବ ଏବଂ ସଠିକ ପରିଚାଳନା ହୋଇ ପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀମାନେ ଦାବି କରିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *