ଆବୁଝମାଡ଼ରେ ଏନକାଉଣ୍ଟର ଘଟଣା: ୫ ନକ୍ସଲ ଚିହ୍ନଟ l

Spread the love

ଆବୁଝମାଡ଼ରେ ଏନକାଉଣ୍ଟର ଘଟଣା: ୫ ନକ୍ସଲ ଚିହ୍ନଟମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ଗତ ୩ ତାରିଖ ଦିନ ହୋଇଥିବା ଏନକାଉଣ୍ଟରରେ ୫ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହି ୫ ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇପାରିନଥିଲା।
ଆଜି ସାଥୀ ନକ୍ସଲ ଏମାନଙ୍କୁ ଚିହ୍ନିଥିଲେ। ଏମାନେ ହେଲେ ପ୍ଲାଟୁନ ନମ୍ବର-୩୨ର ସଦସ୍ୟ ଦେବ ସିଂ, ଦିନେଶ, ସୁମତି ଓରଫ କମଳା, ସୁକମତି ଏବଂ ମହେଶ ଅରଫ ଲଚ୍ଛୁ। ଏମାନଙ୍କ ମଧ୍ୟରୁ ଦେବ, ଦିନେଶ, ସୁମତି ଏବଂ ସୁକମତି ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ଲଛୁ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ନକ୍ସଲ ରହିଥିବା ବେଳେ ୩ ଜଣ ପୁରୁଷ ନକ୍ସଲ। ଏଥିସହ ଘଟଣାସ୍ଥଳରୁ ଏକେ-୪୭ ଏବଂ ୨୦ ଜୀବନ୍ତ ଗୁଳି, ଏସଏଲଆର ଦୁଇଟି ଏବଂ ୩୫ଟି ଗୁଳି, ୮ଏମଏମ ରାଇଫଲ ଏବଂ ୭ଟି ଗୁଳି, ୧୨ ବୋଲ ରାଇଫଲ ସହ ବହୁ ସଂଖ୍ୟାରେ ବିସ୍ଫୋରକ ଏବଂ ଅନ୍ୟ ଦୈନନ୍ଦିନ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିବା କହିଛି।
ଏହି ଅପରେସନରେ ନାରାୟଣପୁର,ଦନ୍ତେୱାଡା, ବସ୍ତର, କୋଣ୍ଡାଗାଓଁ ଏବଂ କାଂକେରର ଡିଆରଜି ଏବଂ ଏସଟିଏଫ ଯବାନ ସାମିଲ ଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *