ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ବାର୍ଷିକ ଉତ୍ସବ।

Spread the love

ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ବାର୍ଷିକ ଉତ୍ସବ। ଜୟପୁର, : ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୬ତମ ବାର୍ଷିକ ଉତ୍ସବ ୨୦୨୪-୨୫ ଆଜି ଅପରାହ୍ନ ୦୪.୦୦ ଘଣ୍ଟ ସମୟରେ ଜୟନଗର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ଦ୍ୱାରା ପୂର୍ବରୁ ଆୟୋଜିତ ହୋଇଥିବା ସମସ୍ତ ପ୍ରତିଯୋଗୀତାରେ ଭାଗ ନେଇଥିବା ସର୍ବ କନିଷ୍ଠ, କନିଷ୍ଠ, ବରିଷ୍ଠ ଏବଂ ସାଧାରଣ ବର୍ଗର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ତପନ କିରଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବୈଦ୍ୟୁତିକ ଅଧିକ୍ଷଣ ଯନ୍ତ୍ରୀ ଇଂ କେଦାରନାଥ ବେହେରା ମୁଖ୍ୟ ଅତିଥି ଭାବେ, କୁନ୍ଦୁରା ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଡ଼. ସବିତା ଶତପଥୀ ଏବଂ ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନିକେତ ପଟ୍ଟନାୟକ ଯଥାକ୍ରମେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ସାଧାରଣ ସମ୍ପାଦକ ସୁବର୍ଣ୍ଣ କୁମାରୀ ଖିଲ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଚଳିତ ବର୍ଷ ନୂତନ ଭାବେ ବିଚାରକ ମାନଙ୍କୁ ମଞ୍ଚରେ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା। ପ୍ରତିଷ୍ଠାତା ସ୍ବର୍ଗତ ଡକ୍ଟର ଗଙ୍ଗାଧର ନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ନୟନ କିଶୋର ମହାନ୍ତି ଓ କୁମୁଦମାଳା ମହାନ୍ତି ଦ୍ବୟଙ୍କୁ ଯୁଗ୍ମ ଭାବେ “ଡ. ଗଙ୍ଗାଧର ନନ୍ଦ ଆଦର୍ଶ ଦମ୍ପତ୍ତି ସମ୍ମାନ”, ଶ୍ରୀମତୀ ନଳିନୀ ମହାପାତ୍ରଙ୍କୁ “ଡ. ଗଙ୍ଗାଧର ନନ୍ଦ ସଂସ୍କୃତି ରକ୍ଷକ ସମ୍ମାନ” ଏବଂ ମାଣ୍ଡିଆ ରାଣୀ ଡ. ରାଇମତି ଘିଉରିଆଙ୍କୁ “ଡ. ଗଙ୍ଗାଧର ନନ୍ଦ ବନବାସୀ ଗୌରବ ସମ୍ମାନ” ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ହଂସୀକା ସ୍ୱାଇଁ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସୁବର୍ଣ୍ଣ କୁମାରୀ ଖିଲ ଅତିଥି ପରିଚୟ ପ୍ରଦାନ ଏବଂ ଅଜୟ କୁମାର ମଲିକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *