୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫ l

Spread the love

୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୁଲିସକୁ ଆଉ ଏକ ସଫଳତା ମିଳିଛି। ଗତ ଡିସେମ୍ବର ୨୨ ତାରିଖରେ ଏସଜେଡସିଏମ ବାଲମୁରି ନାରାୟଣ ରାଓକୁ କାଙ୍କେର ପୁଲିସ ଗିରଫ କରିଥିବା ବେଳେ ତାଙ୍କ ପତ୍ନୀ ରାଜେ କାଙ୍ଗେ ଓରଫ ନିର୍ମଳା ଓରଫ ମାଳତିକୁ ମଧ୍ୟ ଗିରଫ କରାଯାଇଛି।
କାଙ୍କେର ଏସପି ଆଇ.କେ ଏଲିସେଲାଙ୍କ କହିବା ଅନୁଯାୟୀ ଉତ୍ତର ବସ୍ତର ଡିଭିଜନର ସକ୍ରିୟ ମାଓ ନେତ୍ରୀ ନିର୍ମଳା ଡିଭିସି ରାଜଘାଟ ଅଞ୍ଚଳରେ ବୁଲୁଛି। ପୁଲିସ ତୁରନ୍ତ ଗୁଇନ୍ଦାଙ୍କୁ ଏଦିଗରେ ଆଲର୍ଟ କରିବା ପରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କୋୟଲାବେଡା ଥାନା ଅଞ୍ଚଳରେ ଚଢଉ କରାଯାଇଥିଲା।
ମାଳତିଙ୍କୁ ଶ୍ୟାମନାଥ ଉସେଣ୍ଡି ନାମକ ଜଣେ ବ୍ୟକ୍ତି ଶରଣ ଦେଇଥିଲେ। ତୁରନ୍ତ ପୁଲିସ ଶ୍ୟାମନାଥଙ୍କର ଘର କୋଣ୍ଡସେଲଭାଟ ଗ୍ରାମକୁ ଘେରାଉ କରି ଦୁଇ ଜଣକୁ ଗିରଫ କରିଥିଲେ। ମାଳତିଙ୍କ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ମାଳତି ଏବଂ ଶ୍ୟାମନାଥଙ୍କୁ ପୁଲିସ ପଚରାଉଚରା କରୁଛି।
ତେବେ ପୁଲିସ ମାଓ ସଂଗଠନର ସକ୍ରିୟ ଦମ୍ପତିକୁ ଗିରଫ କରିବାରେ ସଫଳ ପାଇଥିବାରୁ ଆଗକୁ ମଧ୍ୟ ନକ୍ସଲ ଦମନରେ ସଫଳତା ପାଇବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକଟ କରାଯାଇଛି। ଏହି ଦମ୍ପତ୍ତି ଦୁର୍ଦାନ୍ତ ଏବଂ ନକ୍ସଲ ସଂଗଠନର ଆଗଧାଡିର ରହିଥିବା ବେଳେ ସଂଗଠନ ଏହି ଅଞ୍ଚଳରେ ଦୁର୍ବଳ ହେବ ବୋଲି ପୁଲିସ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *