ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ l

Spread the love

ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ

ଭୁବେନଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟି ଟଙ୍କାର ମାରିଜୁଆନା ଜବତ । କଷ୍ଟମ ବିଭାଗ ଦ୍ଵାରା ଜବତ ହୋଇଛି ଏହି ମାରିଜୁଆନା । ଜବତ ମାରିଜୁଆନାର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବ୍ୟାଙ୍କକରୁ ଆସୁଥିଲା ଏହି ମାରିଜୁଆନା। ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଟିମ ।
ପୂର୍ବରୁ ପ୍ରାୟ ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ ଓ କ୍ବାଲାଲମପୁରରୁ ପୂର୍ବରୁ ଆସୁଥିଲା ଏହି ଦାମୀ ନିଶା । ପୂର୍ବରୁ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟ ୱେ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ ନେଇ ଖୋଲତାଡ଼ ଚଳାଇଛି କଷ୍ଟମ ବିଭାଗ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *