ବିଡିଓଙ୍କୁ ଘେରିଲେ ବିଜେଡି କର୍ମୀ l

Spread the love

ବିଡିଓଙ୍କୁ ଘେରିଲେ ବିଜେଡି କର୍ମୀବୈପାରିଗୁଡ଼ା : ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ କରି ବୈପାରିଗୁଡ଼ା ବିଡିଓଙ୍କୁ ଘେରିଛନ୍ତି ବିଜେଡି କର୍ମୀ ବିଜେଡିର କର୍ମୀମାନେ ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କ ପ୍ରକୋଷ୍ଠରେ ବିଜେଡିର କର୍ମୀମାନେ ପହଞ୍ଚି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ବିଡିଓଙ୍କୁ ଜଣାଇବା ସହିତ ତାଙ୍କୁ ଘେରିଥିଲେ । ବିଜେଡିର ଅଭିଯୋଗ ଅନୁଯାୟୀ, ବୈପାରିଗୁଡ଼ା ବ୍ଳକର ୨୦ଟି ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ତଥା ପାନୀୟଜଳ ଯୋଗାଣ ଭଳି ଅନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପଞ୍ଚାୟତର ଗୁରୁ ଦାୟିତ୍ଵ ରହିଛି। କିନ୍ତୁ ତାହାକୁ କେବଳ କିଛି ବ୍ୟକ୍ତି ବିଶେଷଙ୍କ ନିର୍ଦ୍ଦେଶକ୍ରମେ କିଛି ବିଜେପି କର୍ମୀଙ୍କ ମନମୁତାବକ କାର୍ଯ୍ୟ କରାଯାଉଛି। ସହକାରୀ ଯନ୍ତ୍ରୀ କୌଣସି କାମର ସମୀକ୍ଷା କରିବାକୁ ନଯାଇ କାର୍ଯ୍ୟାଳୟରେ ବସି କାଗଜକଲମରେ କାମ ସାରି ଦେଉଥିବା ମଧ୍ୟ ଅଭିଯୋଗ କରିଥିଲେ। ଜନପ୍ରତିନିଧିଙ୍କ ଅଜାଣତରେ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଥିବା ମଧ୍ୟ ଅଭିଯୋଗ କରିଥିଲେ । ଏଭଳି ମନମୁଖି କାର୍ଯ୍ୟକଳାପକୁ ବିରୋଧ କରି ବିଜେଡି କର୍ମୀମାନେ ବିଡିଓଙ୍କୁ ଘେରିଥିଲେ। ଆଗାମୀ ଦିନରେ ଯେଉଁ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ କରା‌ଯିବ ତାହା ଜନପ୍ରତିନିଧିଙ୍କ ସହିତ ଆଲୋଚନା କରିବାକୁ କୁହାଯାଇଥିଲା । ଯଦି ଜନପ୍ରତିନିଧିଙ୍କ ଅଜାଣତରେ କାର୍ଯ୍ୟ କରାଯାଏ ତେବେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ପଞ୍ଚାୟତ ସମିତି ବୈଠକକୁ ସରପଞ୍ଚ ଏବଂ ସମିତି ସଭ୍ୟ ବର୍ଜନ କରିବା ସହିତ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଥିଲେ । ସମସ୍ତ କାର୍ଯ୍ୟକୁ ତଦାରଖ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରା‌ଯିବ ବୋଲି ବିଡିଓ କହିଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *