ଖୋଲିଲା ମା’ ମଝି ଘରିଆଣୀ ମନ୍ଦିରର ହୁଣ୍ଡି; କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଟଙ୍କା ଗଣୁଛନ୍ତି ୧୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ l

ଖୋଲିଲା ମା’ ମଝି ଘରିଆଣୀ ମନ୍ଦିରର ହୁଣ୍ଡି; କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଟଙ୍କା ଗଣୁଛନ୍ତି ୧୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀରାୟଗଡ଼ା: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀ ମନ୍ଦିରର ହୁଣ୍ଡି । ହୁଣ୍ଡି ଟଙ୍କା ଗଣୁଛନ୍ତି ୧୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ କଡ଼ା ସୁରକ୍ଷା ଭିତରେ ଚାଲିଛି ୯ଟି ହୁଣ୍ଡିର ଟଙ୍କା ଗଣା । ସୂଚନା ଅନୁଯାଇ, ଗତ ୬ ମାସ ତଳେ ଦାନ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୂପା ୨ କେଜି ୩୯୨ ଗ୍ରାମ ସହ ୩୩ଟି ବିଦେଶୀ ମୁଦ୍ରା ମିଳିଥିଲା । ଆଜି ସକାଳ ୧୦ଟା ୩୦ରୁ ଗଣତି ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଆଜି ଦାନ ହୁଣ୍ଡିରୁ ବାହାରିବାକୁ ଥିବା ଅର୍ଥ ୟୁନିୟନ ବ୍ଯାଙ୍କ ମୁଖ୍ଯ ଶାଖାରେ ଡିପୋଜିଟ୍ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *