କୋରାପୁଟ ମହିଳାଙ୍କ ଠାରୁ ହସ୍ତତନ୍ତ ବିଷୟରେ ପଚାରି ବୁଝିଲେ ଦେଶୀ-ବିଦେଶୀ

Spread the love

କୋରାପୁଟ ମହିଳାଙ୍କ ଠାରୁ ହସ୍ତତନ୍ତ ବିଷୟରେ ପଚାରି ବୁଝିଲେ ଦେଶୀ-ବିଦେଶୀ

କୋରାପୁଟ: ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ରାଇପଡ଼ା ଗ୍ରାମର ଗାଦବା ସାମ୍ପ୍ରଦାୟର ଦୁଇଜଣ ଆଦିବାସୀ ମହିଳା ସେବତୀ ଶିଶା ଓ ମଣି କିରସାନି ଆଜିଠାରୁ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ଇଣ୍ଟାକ ଉତ୍ସବରେ ସେମାନଙ୍କ ଲୁପ୍ତପ୍ରାୟ କେରେଙ୍ଗ ବସ୍ତ୍ର ବୁଣା ପ୍ରଦର୍ଶନ କରିଥିଲେ। ଏପରିକି ପ୍ରଦର୍ଶନୀରେ ବହୁ ଦେଶୀ ଓ ବିଦେଶୀ ଅତିଥି ଓ ଇନଟାକର ସଭ୍ୟମାନେ ହସ୍ତତନ୍ତ ସମ୍ପର୍କରେ ପଚାରି ବୁଝିଥିଲେ। ଲୁପ୍ତ ହେବାକୁ ବସିଥିବା ଏହି ହସ୍ତକଳାକୁ ପୁନଃରୁଦ୍ଧାର କରି ପୁଣି ପ୍ରଦର୍ଶନୀରେ ପ୍ରଦର୍ଶିତ କରିବାକୁ ୨ମହିଳା ଆସିଥିବାରୁ ଖୁସି ପ୍ରକଟ କରିଥିଲେ।
ପ୍ରକାଶଯୋଗ୍ୟ, ଇନଟାକ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବୟନ ବିଭାଗର ସହଯୋଗରେ ଗାଦବା ଜନଜାତିର ଲୁପ୍ତପ୍ରାୟ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରାଯାଇପାରିଛି। ଲମତାପୁଟର ରାଇପଡା ଗ୍ରାମର ମହିଳା ଓ ପୁରୁଷ ବୁଣାକାର ଆରମ୍ଭ ହୋଇଥିବା ଅଭିନବ ପ୍ରକଳ୍ପର ସଫଳତା ନିମନ୍ତେ ଇଣ୍ଟାକ ଓ କୋରାପୁଟ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମର ଫଳ ସ୍ୱରୂପ ଆଜି ଏହି ଦୁଇ ଆଦିବାସୀ ମହିଳାଙ୍କୁ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଟାକ ଉତ୍ସବରେ ଯୋଗ ଦେବାର ସୁଯୋଗ ମିଳିଛି।

ଏହି ଉତ୍ସବରେ ସେବତୀ ସୀସାଙ୍କ ଦ୍ୱାରା କୋରାପୁଟିଆ ଆଦିବାସୀ ଭାଷାରେ ସ୍ୱାଗତ ସଂଗୀତ ସମସ୍ତଙ୍କୁ ମୁଗ୍ଧ କରିଥଲା। ଦିନ ତମାମ ତାଙ୍କ ପାରମ୍ପରିକ ତନ୍ତରେ କେରଙ୍ଗ ବସ୍ତ୍ର ବୁଣା କାର୍ଯ୍ୟ ଦେଖିବା ପାଇଁ କଳା ପ୍ରେମୀଙ୍କ ଭିଡ ଲାଗି ରହିଥିଲା। ଦେଶ ବିଦେଶରୁ ଆସିଥିବା
ବିଶିଷ୍ଟ ବ୍ୟକ୍ତି କୋରାପୁଟ ର ଲୁପ୍ତ ପ୍ରାୟ କେରେଙ୍ଗ ବସ୍ତ୍ରକୁ କିପରି ପୁନରୁଦ୍ଧାର କରିବା ସହିତ କେରେଙ୍ଗ ବୃକ୍ଷ ରୋପଣ ତଥା ପ୍ରାକୃତିକ ରଙ୍ଗ ପ୍ରଦାନ କରିଥିବା ଜାଫରା ଗଛ, ସିନ୍ଦୁର, ସିଉନା ବୃକ୍ଷ ପ୍ରଭୃତିର ବ୍ୟାପକ ପ୍ରସାର ପାଇଁ ଗଦବା ଜନଜାତି ମଧ୍ୟରେ ଇଚ୍ଛାଶକ୍ତିର ପୁନଃ ପ୍ରତିଷ୍ଠା ହୋଇଛି ସେ ସମ୍ପର୍କରେ ଜାଣିବାକୁ ପାଇଁ ଦୁଇ ଆଦିବାସୀ ମହିଳାଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *