ଚର୍ଚ୍ଚାରେ ରାୟଗଡା ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ୍ ।

ଚର୍ଚ୍ଚାରେ ରାୟଗଡା ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ୍ ।

ରାୟଗଡା:ରାୟଗଡାର ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ ପକ୍ଷରୁ ଜାନୁଆରୀ ୨୬ ତାରିଖ ଦିନ ସାଇ ପ୍ରିୟା ନଗର ର ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ସ୍ୱାଧୀନତା ସଂଗ୍ରାମରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ମଧ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସୁଭାଷ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ ର ସଭାପତି ଏବଂ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ସଭାନେତ୍ରୀ ଶ୍ରୀମତି କେ.ଅରୁଣା,ଉପ ସଭାନେତ୍ରୀ ଶ୍ରୀମତି ଲକ୍ଷ୍ମୀ ବୈଜୟନ୍ତୀ,ସମ୍ଭାଦିକା ଶ୍ରୀମତି କେ.ଆଲେକ୍ସ୍ୟ ,କୋଷାଧ୍ୟକ୍ଷ ଶ୍ରୀମତି ଏ.ସୁଶୀଲା, ଆଇପିପି ଶ୍ରୀମତି ପି.ରମାଦେବୀ ଏବଂ ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ ର ସମସ୍ତ ସଦସ୍ୟ ଏକ ସକାରାତ୍ମକ ମନୋଭାବ ସହିତ ଅଂଶଗ୍ରହଣ କରିଥିଲେ ଏବଂ ଜାତୀୟ ପତାକା କୁ ସାଲ୍ୟୁଟ୍ କରିଥିଲେ। ଏହି ଅବସରରେ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା ଏବଂ ଅନାଥି ଆଶ୍ରମ ପିଲାମାନଙ୍କୁ ରୁଟି ଓ ବିଶ୍କେଟ୍ ବଣ୍ଟନ କରାଯାଇଥିଲା। ରାୟଗଡା ଜିଲ୍ଲାରେ ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ ଏହାର ସ୍ୱେଚ୍ଛାସେବୀ ସେବା ପାଇଁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ପାଇଛି।

Leave a Reply

Your email address will not be published. Required fields are marked *