ଜିଲ୍ଲା ଆଇନ ସେବା ପ୍ରାଧିକରଣ

Spread the love

ଜିଲ୍ଲା ଆଇନ ସେବା ପ୍ରାଧିକରଣ

ଜୟପୁର ଆନୁକୂଲ୍ୟରେ ଆଜି ଗଡପଦର ଗ୍ରାମପଞ୍ଚାୟତ ର ଛତଡିପୁଟ ଗ୍ରାମରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଜୟପୁର ସଚିବ ତଥା ବିଚାରପତି ଶ୍ରୀ ସୁମନ ଜେନା ଯୋଗଦେଇଥିଲେ। ଏହା ବ୍ୟତିତ ଅନ୍ୟ ଅତିଥି ଭାବରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ନିଶା କେଏସ, ସହକାରୀ ଶ୍ରମଅଧିକାରୀ, ଜୟପୁର ଶ୍ରୀ ଚୈତନ୍ୟ ପ୍ରସାଦ ମାଝି ଯୋଗଦେଇଥିଲେ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ସଚିବ ଉପସ୍ଥିତ ଥିବା ଜନସାଧାରଣ ଙ୍କ ପାଇଁ ରହିଥିବା ବିନା ମୂଲ୍ୟରେ ଆଇନ ସହାୟତା କିପରି ପାଇବାରିବେ ଏବଂ କେଉଁ ମାନେ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବେ ତାହା ସକ୍ଷିପ୍ତ ଭାବରେ କହିଥିଲେ ଯେ ସଚେତନତା ଅଭାବ ଯୋଗୁ ଲୋକମାନ ସଠିକ୍ କାର୍ଯ୍ୟାଳୟରେ ପହଞ୍ଚିପାରୁନାହାନ୍ତି କି ସଠିକ୍ ଯୋଜନାର ଲାଭ ପାଇପାରୁନାହାନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଚେତନତା ମାଧ୍ୟମରେ କହିଥିଲେ ରାଜ୍ୟସରକାର ଏବଂ କେନ୍ଦ୍ରସରକାର ଙ୍କ ଦ୍ବାରା ଉପଲବ୍ଧି ଜନକଲ୍ୟାଣ ଯୋଜନା ଗୁଡିକ ଉପରେ କହିଥିଲେ ବାର୍ଦ୍ଧକ୍ୟ ଭତ୍ତା, ବିଧବାଭତ୍ତା, ଅବିବାହିତଭତ୍ତା, ବିକଳାଙ୍ଗଭତ୍ତା ଇତ୍ୟାଦି ବିଷୟରେ ପ୍ରାଞ୍ଜଳ ଭାଷାରେ ସଚେତନତା ବାର୍ତ୍ତା ଦେଇଥିଲେ। ସହକାରୀ ଶ୍ରମଅଧିକାରୀ ଜୟପୁର ତାଙ୍କ ସଚେତନତା ବାର୍ତ୍ତାରେ କହିଥିଲେ ଯେ ପ୍ରବାସୀ ଶ୍ରମିକ ଙ୍କ ସମସ୍ୟା ଏବଂ ତାର ପ୍ରତିକାର ପ୍ରତ୍ୟେକ ଶ୍ରମିକ ମାନେ ଜାଣିବା ଦରକାରଯେ ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟକୁ ଶ୍ରମିକ କାର୍ଯ୍ୟ ବା ଅନ୍ୟ କୌଣସି କଳକାରଖାନା ମାନଙ୍କରେ କାମ କରିବାକୁ ଯାଆନ୍ତି ତାହା ହେଲେ ସରକାରଙ୍କ ନିୟମ ଅନୁଶାରେ କଣ ସବୁ କରାଯାଇଥାଏ ସେ ବିଷୟରେ ଛତଡିପୁଟ ଗ୍ରାମବାସୀ ମାନଙ୍କୁ ସଚେତନତା କରିଥିଲେ। ତା ବ୍ୟତତ ପ୍ରତ୍ୟେକ ଶ୍ରମିକ ଯେପରି କି କୁଶଳି, ଅଣକୁଶଳି, ଅର୍ଦ୍ଧକୁଶଳୀ ଶ୍ରେଣୀରେ ଅନ୍ତର୍ଭୁକ୍ତ ତାହାହେଲେ ପ୍ରଥମେ ଜିଲ୍ଲା ଶ୍ରମକାର୍ଯ୍ୟଳରେ ନିଜର ନାମ ପଞ୍ଜିକରଣ କରିବା ଆବଶ୍ୟକ ଅଟେ। ଶ୍ରମିକ କାର୍ଡ କରିବା କରିବାକୁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ। ଯା ଦ୍ବାରା କି ରାଜ୍ୟସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ରହିଥିବା ଜନକଲ୍ୟାଣ ଯୋଜନାର ଲାଭ ପାଇପାରିବେ। ଏହି ଶିବିରଟି ପରିଚାଳନା କରିଥିଲେ ଶ୍ରୀ ଦେବେନ୍ଦ୍ର କହଁର ଓ ଏହିଶିବିରଟିକୁ ଆୟୋଜନକରିବାରେ ସହାୟତା କରିଥିଲେ ମହାଲକ୍ଷ୍ମୀ ପଣ୍ଡା ପାରାଲିଗାଲ ସ୍ବେଚ୍ଛାସେବୀ,

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *