ବଳକା ୫୫ହଜାର ୭୫୯ ଚା‌ଷୀ ସହାୟତା ପାଇବେ କେବେ?

Spread the love

ବଳକା ୫୫ହଜାର ୭୫୯ ଚା‌ଷୀ ସହାୟତା ପାଇବେ କେବେ?


କୋରାପୁଟ: ନୂଆ ସରକାର ଆସିବା ପରେ ପୂର୍ବ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ବନ୍ଦ କରିଥିଲେ ଏବଂ ନୂଆରେ ଗତ ଅକ୍ଟୋବର ମାସରେ ସିଏମ କିସାନ ଓ ଅତିରିକ୍ତ ଭାବେ ପିଏମ୍ କିସାନ ଆରମ୍ଭ କରିଛନ୍ତି। ଜିଲ୍ଲାର ୧୪ଟି ବ୍ଲକରେ ୧ଲକ୍ଷ ୧୫ହଜାର ୨୬୭ଜଣ ଚାଷୀ ଆବେଦନ କରିବା ସହ ଯୋଗ୍ୟ ବିବେଚିତ ହୋଇଥିଲେ। ବିଭିନ୍ନ ବ୍ୟାଙ୍କ ଜରିଆରେ ସେମାନଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ଜମା ହେବା କଥା। ଏଯାଏଁ ୫୯୫୦୮ଜଣ ଚାଷୀଙ୍କ ଅକାଉଣ୍ଟରେ ଟଙ୍କା ଜମା ହୋଇଛି। ଆବେଦନର ୩ମାସ ପରେ ବି ୫୫ହଜାର ୭୫୯ଜଣ ଚାଷୀ ଏହି ସହାୟତା ପାଇ ପାରିନାହାନ୍ତି। ଏମାନେ ଏହି ସହାୟତା ନ ପାଇବା ପଛରେ କାହାର ଅବହେଳା ରହିଛି। ବ୍ୟାଙ୍କ ନା କୃଷି ବିଭାଗର ନିହାତି ରୁପେ ଯାଂଚ କରିବା ଆବଶ୍ୟକତା ରହିଛି ବୋଲି ଚାଷୀ ମାନେ କହିଛନ୍ତି।
ପ୍ରକାଶଯୋଗ୍ୟ, ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଚାଷୀ ପଂଜୀକରଣ କରିଥିବା ବ୍ୟାଙ୍କ ଆକାଉଣ୍ଟରେ ୨ହଜାର ଟଙ୍କା ଲେଖାଏଁ ଯିବ। ବନ୍ଧୁଗାଁ ବ୍ଲକରେ ୬୫୧୧ଜଣ ଚାଷୀଙ୍କ ମଧ୍ୟରୁ ୩୪୫୧ଜଣ ଏହି ସହାୟତା ରାଶି ପାଇଛନ୍ତି। ସେହିପରି ବୈପାରୀଗୁଡା ୯୪୯୪ରୁ ୪୬୨୧,ବୋରିଗୁମ୍ମା ୧୩୦୦୯ରୁ ୫୨୪୭, ଦଶମନ୍ତପୁର ୯୦୨୩ରୁ ୪୫୧୮, ଜୟପୁର ୭୬୫୨ରୁ ୨୬୦୧, କୋରାପୁଟ୬୨୪୭ରୁ ୪୧୪୨, କୋଟପାଡ଼ ୧୧୦୩୪ରୁ ୫୯୪୦, କୁନ୍ଦୁରା ୫୬୭୧ରୁ ୨୭୦୦, ଲମତାପୁଟ ୮୫୫୮ରୁ ୫୫୪୪ଜଣ, ଲକ୍ଷ୍ମୀପୁର ୭୧୫୨ରୁ ୪୧୨୭, ନନ୍ଦପୁର ବ୍ଲକରୁ ୧୦୧୩୪ରୁ ୫୧୩୩, ନାରାୟଣପାଟଣା ୪୨୦୦ରୁ ୨୪୭୬, ପଟାଙ୍ଗୀ ୬୨୭୮ରୁ ୩୦୬୬, ଓ ସେମିଳିଗୁଡା ୧୦୩୦୪ରୁ ୫୯୩୯ଜଣ ପ୍ରଧାନମନ୍ତ୍ରୀ କିସାନ ବିକାଶ ଯୋଜନାରେ ସହାୟତା ପାଇଥିବା ବେଳେ ବଳକା ୫୫୭୫୯ଜଣ ଚାଷୀ ବାକି ରହିଛନ୍ତି।
ଜିଲ୍ଲା କୃଷି ବିଭାଗ ପକ୍ଷରୁ ଇ-କେୱାଇସି ୩୨ହଜାର୬୫୦ଜଣ, ଲ୍ୟାଣ୍ଡ ସିଡିଙ୍ଗ ୩୩ହଜାର ୬୭୭, ଏନପିସିଆଇ ସିଡିଙ୍ଗ ୧୨ହଜାର ୭୦୫ଜଣଙ୍କର ବାକି ରଖିଥିବା ସୂଚନା ମିଳିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଅଧିକା ବ୍ୟାଙ୍କ ଥିବା ଜୟପୁରରେ ହିଁ ସବୁ କ୍ଷେତ୍ରରେ ପଛୁଆ ରହିଛି।
ଜୟପୁର ବ୍ଲକରେ ବଳକା ରହିଥିବା ଇ-କେୱାଇସି ୩୩୩୯, ଲ୍ୟାଣ୍ଡ ସିଡିଙ୍ଗ ୩୨୩୦, ଏନପିସିଆଇ ସିଡିଙ୍ଗ ୧୨୪୧। ସେହିପରି ବନ୍ଧୁଗାଁ ୧୬୨୧, ୨୦୪୩, ୫୮୫, ବୈପାରୀଗୁଡା ୩୨୪୮, ୨୭୮୬ , ୧୧୬୧, ବୋରିଗୁମ୍ମା ୪୨୬୭, ୫୪୬୭, ୧୬୧୧, ଦଶମନ୍ତପୁର ୨୪୬୩, ୨୬୪୨, ୧୨୮୯, କୋରାପୁଟ ୯୩୫,୧୩୮୮,୭୧୫, କୋଟପାଡ଼ ୩୦୯୨,୨୮୦୩,୧୨୭୬, କୁନ୍ଦୁରା୧୪୨୮,୨୧୨୮,୭୨୬, ଲମତାପୁଟ୧୬୬୯,୧୫୪୩,୭୨୯, ଲକ୍ଷ୍ମୀପୁର ୧୬୯୯,୧୯୨୧,୫୭୫, ନନ୍ଦପୁର ୩୧୪୯,୨୬୦୫, ୮୧୫, ନାରାୟଣପାଟଣା ୧୦୧୫,୧୧୧୫,୩୪୮, ପଟାଙ୍ଗୀ ୧୯୩୦,୨୦୬୨,୩୭୪ ଓ ସେମିଳିଗୁଡା ୨୭୯୫,୧୯୪୪,୧୨୬୦ଜଣଙ୍କର କାମ ବାକି ରହିଛି।
ଅପରପକ୍ଷରେ ଚାଷୀଙ୍କୁ ଏହି ସହାୟତା ରାଶି ମିଳିନଥିବାକୁ ନେଇ ଜିଲ୍ଲା ଦିଶା ବୈଠକରେ ଏସବିଆଇ ଲିଡ୍ ପ୍ରବନ୍ଧକ ଓ କୃଷି ବିଭାଗର କର୍ମଚାରୀଙ୍କୁ ସାଂସଦ, ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ରାମ ଚନ୍ଦ୍ର କାଡ଼ମ ତାଗିଦ୍ କରିଛନ୍ତି। ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍ ତୁରନ୍ତ ସବୁ ବ୍ୟାଙ୍କକୁ ଡାକି ସହାୟତା ରାଶି ଦେବା ପଛରେ କାହିଁକି ବିଳମ୍ବ କରୁଛନ୍ତି ସମୀକ୍ଷା କରିବେ ବୋଲି କହିଛନ୍ତି। ସାଂସଦ ଓ ବିଧାୟକ ମୁଖ୍ୟ ବ୍ୟାଙ୍କ ଗୁଡିକରେ ବିଭିନ୍ନ ଯୋଜନା ପାଇଁ ଜମା କରାଯାଉଥିବା ସରକାରୀ ରାଶୀ ବନ୍ଦ କରାଯାଉ ବୋଲି କହିଥିଲେ। ଏପରି କରିବା ଦ୍ବାରା ସରକାରୀ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ବ୍ୟାଙ୍କ ଗୁଡିକ କରିବେ ବୋଲି ଅଲୋଚନା ହୋଇଛି।
ସୁଭଦ୍ରା ପାଇଁ ଦେବା ବିଳମ୍ବ ସହ କୃଷି ବିଭାଗ ଅପଟୁ ଡେଟ୍ କରୁନଥିବା ଅଭିଯୋଗ ଏସବିଆଇ ଲିଡ୍ ବ୍ୟାଙ୍କ ପ୍ରବନ୍ଧକ କରିଥିଲେ। ବ୍ୟାଙ୍କ ସହାୟତା ରାଶି ଆକାଉଣ୍ଟକୁ ପଠାଉନିବୋଲି କୃଷି ବିଭାଗ ଅଭିଯୋଗ କରିଥିଲା। ତେବେ ଏପରି ପରସ୍ପର ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ତେବେ ଚାଷୀ ମାନେ ୩ମାସ ହେବ ଏହି ସହାୟତା ରାଶି ପାଇ ନଥିବା ବେଳେ ପାଇବେ କେବେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *