୨୮ରେ ଜଗନ୍ନାଥ ସାଗର ସଂଘର୍ଷ ସମିତିର ଗଣଧାରଣା l

Spread the love

୨୮ରେ ଜଗନ୍ନାଥ ସାଗର ସଂଘର୍ଷ ସମିତିର ଗଣଧାରଣା l

*ଆସନ୍ତୁ ସମସ୍ତ ଜୟପୁର ବାସୀ ଜଗନ୍ନାଥ ସାଗର ବଞ୍ଚାଅ ଆନ୍ଦୋଳନରେ ସାମିଲ ହେବା

ଜୟପୁର : ମୋ ଜଗନ୍ନାଥ ସାଗର ଟ୍ରଷ୍ଟ ପକ୍ଷରୁ ଜୟନଗର ପାର୍କ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରଜନୀକାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସହରର ବହୁ ବୁଦ୍ଧିଜୀବୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ସାଗରର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ସଂଘର୍ଷ କରିବାକୁ ଜଗନ୍ନାଥ ସାଗର ସଂଘର୍ଷ ସମିତି ଗଠନ କରାଯାଇଥିଲା । ଏହି ସମିତି ପକ୍ଷରୁ ଆସନ୍ତା ୨୮ତାରିଖରେ ଏକ ଗଣଧାରଣା ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା | ୨୮ତାରିଖରେ ରାଜନଗର ଛକରୁ ଏକ ଶୋଭାଯାତ୍ରା ବାହାରି ଟ୍ରାଫିକ ଛକ ନିକଟରେ ପହଞ୍ଚିବା ସେଠାରେ ସମସ୍ତ କର୍ମକର୍ଷା ପୂର୍ବାହ୍ଣ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ନିଷ୍ପତ୍ତ ଗ୍ରହଣ କରାଯାଇଥିଲା । ଏହାପରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ୧୦ ଦିନ ମଧ୍ୟରେ ଯଦି କିଛି ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସମିତି ବାଧ୍ୟ ହେବ ବୋଲି କହୁଯାଇଥିଲା। ଦଳଗତ ନିର୍ବିଶେଷରେ ସମସ୍ତ ଜୟପୁରବାସୀ ଏହି ଆନ୍ଦୋଳନରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଏଥିରେ ସମିତିର ସଦସ୍ୟ ନିରଞ୍ଜନ ପାଣିଗ୍ରାହୀ, ବାରିଗଡା ଚନ୍ଦ୍ରଶେଖରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *