ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ଜୟନ୍ତୀ ପାଳିତ।

Spread the love

ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ଜୟନ୍ତୀ ପାଳିତ।

ବୋରିଗୁମ୍ମା—ବୋରିଗୁମ୍ମା ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଭଗବାନ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମ ଜୟନ୍ତୀ ମହାଆଡମ୍ବର ରେ ପାଳିତ ହୋଇଯାଇଛି।ବୋରିଗୁମ୍ମା ଭଜନ ମଣ୍ଡଳୀ ର ଆବାହକ ଶରତ କୁମାର ଦାସ ଙ୍କ ସହଯୋଗ ରେ ପ୍ରାତଃ ୪.୩୦ ରେ ଓଁକାର ସୁପ୍ରଭାତମ,୫ ଟା ରେ ନଗର ସଂକୀର୍ତ୍ତନ, ସକାଳ ୯ ଟା ରେ ଭଗବାନ ସତ୍ୟସାଇ ବାବା ଙ୍କ ଫୋଟ ରାଲି କରାଯାଇ ୧୦ ଟା ରେ ପୂଜା ଆରମ୍ଭ କରାଯାଇଥିଲା।ମଧ୍ୟାହ୍ନ ୧୨ ଟା ରେ ନାରାୟଣ ସେବା, ସନ୍ଧ୍ୟା ୫.୩୦ ରେ ୯୯ ଟି ପ୍ରଦୀପ ପ୍ରଜ୍ବଳନ,୬.୧୫ ରେ ବାଲବିକାଶ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ଓ ଆଳତୀ କରାଯାଇଥିଲା।ତେବେ ସତ୍ୟସାଇ ସଦସ୍ୟ ମାନେ କଠୋର ଶୃଙ୍ଖଳା ଅନୁସରଣ କରୁଛନ୍ତି।ସତ୍ୟସାଇ ସଦସ୍ୟ ମାନେ ବିଭିନ୍ନ ସମୟରେ ନାରାୟଣ ସେବା କରିବା ସହ ମାନବ ସେବା କୁ ମାଧବ ସେବା ବୋଲି ମତ ଦେଇଛନ୍ତି।ଶ୍ରୀ ଭଗବାନ ସତ୍ୟସାଇ ବାବା ଙ୍କ ଜନ୍ମ ଜୟନ୍ତୀ ରେ ଶହ ଶହ ସତ୍ୟସାଇ ଭକ୍ତ ମନ୍ଦିର କୁ ଆସି ବାବା ଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ।ବାବା ଙ୍କ ଜନ୍ମ ଜୟନ୍ତୀ ରେ ସାଇ ଭକ୍ତ ଏସ.ସାଇ,ଜନକ ଶର୍ମା, ଅନୁରାଧା ପଟ୍ଟନାୟକ, ବି ଈଶ୍ୱରାମା, ଜ୍ୟୋତି ପଟ୍ଟନାୟକ,ବାଲାମା, ସାରଦା,ସାଇଲୁ, କେ.କ୍ରିଷ୍ଣା କୁମାରୀ, କେ.ରୋଜା ରାଣୀ ଦୋରା, କ୍ରିଷ୍ଣାବେଣୀ ସିଷ୍ଟଲା, ଲଳିତ ଦାସ,ବି ଶୋଭା ରାଣୀ ପୁଷ୍ପାଞ୍ଜଳି ପଣ୍ଡା,ସନ୍ଧ୍ୟା ରାଣୀ ମିଶ୍ର, ଶୁଭଶ୍ରୀ ତ୍ରିପାଠୀ, ତପସ୍ୱିନୀ ପଣ୍ଡା,ଚେନୁଲୁ ନେମାଣି, କିରଣ,ଅଭିଷେକ,ମୂର୍ତ୍ତି ବାବୁ, ସୁରେଶ ପାତ୍ର,ଦୀନକୃଷ୍ଣ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ଭି.କ୍ରିଷ୍ଣା ରାଜୁ,ଭି ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *