ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ଚାଲି ଯାଇଛି ୩ ଜୀବନ
ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଗୁଗୁଲ ମ୍ୟାପ ଉପରେ ଭରସା କରି ଚାଲି ଯାଇଛି ୩ ଜୀବନ। ଗୁଗୁଲ୍ ମ୍ୟାପ୍ ଦ୍ୱାରା ନିର୍ଦ୍ଦେଶିତ ଭୁଲ ବାଟରେ ଯାଇ ନିର୍ମାଣାଧୀନ ପୋଲରୁ ଓଲଟି ଏକ କାରଟି ରାମଗଙ୍ଗା ନଦୀକୁ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି।ବିବେକ, ଅମିତ ଓ ଅନ୍ୟ ଜଣେ ବ୍ୟକ୍ତି ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗୁରୁଗ୍ରାମରୁ ବରେଲି ଯାଉଥିଲେ। ନେଭିଗେସନ୍ ପାଇଁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ସେମାନେ ଗାଡ଼ି ଅଜାଣତରେ ଏକ ଅଧ ନିର୍ମିତ ଫ୍ଲାଏଓଭର ନିକଟରେ ପହଞ୍ଚି ଯାଇଥିଲେ। ନିର୍ମାଣାଧୀନ ପୋଲ ବିଷୟରେ ଜାଣି ନ ପାରି ୫୦ ଫୁଟ ତଳକୁ ନଦୀରେ ଖସି ପଡ଼ିଥିଲା।
Leave a Reply