ସାମାଜିକ କର୍ମୀ ବସନ୍ତ ପାତ୍ର ସିଟି ବସ୍ ସେବା ପାଇଥିବା ସୂଚନା ଅଧିକାର ଆଇନର ସୂଚନା ଅନୁସାରେ ଖୁବ ଶୀଘ୍ର ସିଟି ବସ ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି

ଜୟପୁର,୨୭/୭: ଜୟପୁରରେ ପୁଣି ଆରମ୍ଭ ହେବ ସିଟିବସ ଜୟପୁରରେ ସିଟି ବସ୍ ସେବା ଥରେ ବିଫଳ ହେବା ପରେ ପୁଣି ଥରେ ବସ୍ ଚଳାଚଳ ନେଇ ସଂକେତ ମିଳିଛି | ରାଜ୍ୟ ସରକାରଙ୍କ ନଗର ଓ ଗୃହ ନିର୍ମାଣ ବୋର୍ଡର କ୍ୟାପିଟାଲ ରିଜନ୍ ଆର୍ବାନ ଟ୍ରାନସପୋର୍ଟ ପକ୍ଷରୁ ସିଟି ବସ୍ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଜୟପୁର ସହରବାସୀ ତଥା ଆଖପାଖ । ଅଞ୍ଚଳର ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଉନ୍ନତ ମାନର ବସ ସେବା ଯୋଗାଇ ଦେବା ପାଇଁ ଜୟପୁରବାସୀ ସିଟି ବସ୍ ସେବା ପାଇଁ ଦାବି କରିଆସୁଥିଲେ । ଏନେଇ ସାମାଜିକ କର୍ମୀ ବସନ୍ତ ପାତ୍ର ସିଟି ବସ୍ ସେବା ପାଇଥିବା ସୂଚନା ଅଧିକାର ଆଇନର ସୂଚନା ଅନୁସାରେ ଖୁବ ଶୀଘ୍ର ସିଟି ବସ ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି | ନଗର ଓ ଗୃହ ନିର୍ମାଣ ବୋର୍ଡ ଏକ ଏଜେନ୍ସିକୁ ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରିବାକୁ ଦାୟିତ୍ଵ ନଗର ଓ ଗୃହ ନିର୍ମାଣ ପ୍ରଦାନ କରାଯାଇଛି | ଏହାପରେ ନ ବୋର୍ଡ ଅଧୀନରେ ଥିବା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ କୋରାପୁଟ-ଜୟପୁର କ୍ଲଷ୍ଟରରେ ସିଟି ବସ୍ ସେବା ଆରମ୍ଭ କରିବ ବୋଲି ସଂସ୍ଥା ପ୍ରବନ୍ଧକ ବିଶ୍ବରଞ୍ଜନ କର ସୂଚନା ଦେଇଛନ୍ତି | ପ୍ରକାଶ ଥାଉକି, ୨୦୧୬ରେ ଜୟପୁର ଅଞ୍ଚଳରେ ସିଟି ବସ୍ ସେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଗୀତାଞ୍ଜଳି ସରଫେସ୍ ଟ୍ରାନସପୋର୍ଟ ଦ୍ଵାରା ୨୦ ସିଟି ବସ ଚଳାଚଳ ଆରମ୍ଭକରାଯାଇଥିଲା | ୨୦୧୮ ମସିହା ସେପ୍ଟମ୍ବେର ପର୍ଯ୍ୟନ୍ତ ସିଟି ବସ୍ ସେବାରେ ଯାତ୍ରୀ ଉପକୃତ ହେଉଥିଲେ | କିନ୍ତୁ ୨୦୧୮ ଅକ୍ଟୋବରରୁ ସେବା ବନ୍ଦ ହୋଇଥିଲା | ବସ୍ ଗୁଡ଼ିକ ବହୁ ବର୍ଷ ଧରି ଏଲଆଇସି କାର୍ଯ୍ୟାଳୟ ନିକଟରେ ଖୋଲା ଆକାଶ ତଳେ ପଡ଼ି ରହି ଖାତ ଖାଇଯାଇଥିଲା | ଶେଷରେ ୨୦୨୩ରେ ସେହି ବସ୍ ଗୁଡ଼ିକୁ ସ୍କାର୍ପ କରି ବିକ୍ରି କରାଯାଇଥିଲା |