
ନବରଙ୍ଗପୁର, ୨୮/୭ ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଜଣେ ଶତାୟୁ ବ୍ୟକ୍ତିତ୍ୱ, ସି.ଏଚ. ସୁରୀ ନାରାୟଣ ଗତକାଲି ରାତିରେ ଶାନ୍ତ ମହାପ୍ରୟାଣ କରିଛନ୍ତି। ମୃତ୍ୟୁ ବେଳେ ତାଙ୍କ ଜୀବନର ୧୦୬ ବର୍ଷ ପୂର୍ଣ୍ଣ ହୋଇଥିଲା। ଅନେକ ଲୋକ ତାଙ୍କୁ ସମ୍ମାନ ସହିତ “ବ୍ରହ୍ମାଗାରୁ” ଭାବେ ଜଣାଥିଲେ।
ସି.ଏଚ. ସୁରୀ ନାରାୟଣ ଙ୍କ ପରିବାରରେ ବଡ଼ ପୁଅ ସ୍ବର୍ଗତ ସି.ଏଚ. ରାମ କୃଷ୍ଣା କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ, ମଝିଆଁ ପୁଅ ସି.ଏଚ. ଶିବା ନବରଙ୍ଗପୁର ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ, ସାନପୁଅ ସି.ଏଚ. ଶ୍ରୀଧର ଜଣେ ସାମାଜିକ କର୍ମୀ।
ତାଙ୍କର ଦେହାନ୍ତରେ ନବରଙ୍ଗପୁର ବ୍ୟାପକ ଶୋକର ଆଭା ଛାଇଛି। ଜିଲ୍ଲା କଂଗ୍ରେସ ଓ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ ଜଗନ୍ନାଥ ତ୍ରିପାଠୀ ତଥା ତାଙ୍କ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଇଯାଇଛି। ଜନସାଧାରଣ ତାଙ୍କର ଆତ୍ମାର ଶାନ୍ତି ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଛନ୍ତି।