

ଜୟପୁର, ୨୮/୭ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବମୋଟ ୩୬ଟି ଅଭିଯୋଗ ଶୁଣାଯାଇଥିଲା – ଯାହାମଧ୍ୟରୁ ୮ଟି ଗୋଷ୍ଠିଗତ ଓ ୨୮ଟି ବ୍ୟକ୍ତିଗତ ଥିଲା।
ଅଭିଯୋଗଗୁଡ଼ିକ ମଧ୍ୟରେ ଆର୍ଥିକ ସମସ୍ୟା, ଘର ପଟ୍ଟା, ଜମି ବିବାଦ, ପାନୀୟଜଳ, ସ୍ୱାସ୍ଥ୍ୟ ସୁବିଧା, ରାସ୍ତା ଘାଟ ଇତ୍ୟାଦି ବିଷୟ ଚର୍ଚ୍ଚାରେ ଆସିଥିଲା। ଓଡ଼ିଶା ରାଇଜିଂ ଫାଉଣ୍ଡେସନ୍ ପକ୍ଷରୁ ମାନସିକ ବିକଳାଙ୍ଗ ପିଲାଙ୍କ ଶିକ୍ଷା ପାଇଁ ଗୁହାରି ଓ ସହରରେ ଗୁଟଖା ବିକ୍ରୟ ରୋକିବା ଉପରେ ମଧ୍ୟ ଅଭିଯୋଗ ହୋଇଥିଲା।
ଏହି ଶୁଣାଣିରେ କୋରାପୁଟ ପୁଲିସ୍ ଅଧ୍ୟକ୍ଷ ଶ୍ରୀ ରହିତ ବର୍ମା, ଉପଜିଲ୍ଲାପାଳ କୁମାରୀ ଅକାବରମ ସସ୍ୟ। ରେଡ୍ଡୀ, ଡା. ରବି ନାରାୟଣ ମିଶ୍ର (ମୁଖ୍ୟ ଚିକିତ୍ସା ଅଧିକାରୀ), ଶ୍ରୀ ପାର୍ଥ ଜଗଦୀଶ କଶ୍ୟପ (ଉପଖଣ୍ଡ ଅଧିକାରୀ) ସହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନେ ମଧ୍ୟରେ ଡା. ପ୍ରଶାନ୍ତ କୁମାର ମହାନ୍ତି (ଜିଲ୍ଲା ଶିକ୍ଷାଧିକାରୀ), ତୃପ୍ତି ବୋରେଇ (ଆଦିବାସୀ ଉନ୍ନୟନ ଅଧିକାରୀ), ଶକ୍ତି ପ୍ରସାଦ ମହାପାତ୍ର, ଚନ୍ଦନ ନାୟକ, ସୁର୍ଯ୍ୟକାନ୍ତ ବେହେରା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମଧ୍ୟ ସମାବେଶ ହୋଇଥିଲେ।