
ଜୟପୁର, ୦୨ ଅଗଷ୍ଟ ୨୦୨୫ ଶନିବାର ଦିନ,ଜୟପୁର ପଞ୍ଚାୟତ ସମିତି ତରଫରୁ ବ୍ୟାଟେରୀ ଚାଳିତ ଗାଡ଼ି ଉଦ୍ଘାଟନ କାର୍ଯ୍ୟକ୍ରମ ଉତ୍ସାହ ଓ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ଓ ଗ୍ରାମିଣ ଭାଗରେ ଗତିଶୀଳ ଯାତାୟାତ ପ୍ରଣାଳୀକୁ ବୃଦ୍ଧି ଦେବା ଉଦ୍ଦେଶ୍ୟରେ ଏହି ଯାନବାହନ ଚାଲୁ କରାଯାଇଛି।

ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ମାନ୍ୟବର ବିଧାୟକ ତାର ପ୍ରାସାଦ ବାହିନୀପତି। ସହଅତିଥି ଭାବେ ଉପସ୍ଥିତ ଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୟପୁର; ପଞ୍ଚାୟତ ସମିତି ଅଧ୍ୟକ୍ଷା; ଜିଲ୍ଲା ପରିଷଦ ସଭ୍ୟମାନେ; ସମିତି ସଭ୍ୟ; ଅନେକ ସରପଞ୍ଚ ଓ ଅନ୍ୟାନ୍ୟ ଅତିଥିବୃନ୍ଦ।
ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସମସ୍ତଙ୍କ ସାହଯ୍ୟ ଓ ସହଯୋଗ ପାଇଁ ଆୟୋଜକ ପକ୍ଷରୁ ଅଭାର ଜଣାଯାଇଛି।