ମୋଟୁରେ ୧୦୭୮ଟି କଇଁଛ ଜବତ, ୩ ଜଣ ଗିରଫ

Spread the love

କାଲିମେଳା, ୬/୮ ମାଲକାନଗିରି ଜିଲ୍ଲାର ମୋଟୁ ବନ ବିଭାଗ ଦ୍ୱାରା ଆନ୍ଧ୍ରପ୍ରଦେଶରୁ ଚୋରା ଭାବରେ ଆସୁଥିବା ୧୦୭୮ଟି କଇଁଛ ଜବତ କରାଯାଇଛି। ଏହି ଅଭିଯାନ ଆଜି ସନ୍ଧ୍ୟା ବେଳେ ଓଡ଼ିଶା-ଆନ୍ଧ୍ର ସୀମା ନିକଟ ମୋଟୁ ଅଞ୍ଚଳରେ ଚାଲିଥିଲା।
ବନ ବିଭାଗ ତଥ୍ୟ ଅନୁଯାୟୀ, ଏକ ବୋଲେରୋ ଗାଡ଼ିରେ ୨୫ଟି ଜରି ବ୍ୟାଗ ଭିତରେ ଲୁଚାଇ ରଖାଯାଇଥିବା ଏହି କଇଁଛମାନେ ମାଲକାନଗିରି ଦିଗକୁ ଚାଲାଣ ହେଉଥିଲେ। ଏହି ଚାଲାଣକୁ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି, ଯାହାମାନଙ୍କ ମଧ୍ୟରୁ ମୁଖ୍ୟ ଆସାମୀ ସୁକୁମାର ତରଫଦାର ରହିଛନ୍ତି।
ବନ ବିଭାଗ କହିଛି, ଜବତ କଇଁଛର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ। ମାଲକାନଗିରି ଜିଲ୍ଲାରେ ଏହି ପ୍ରଜାତିର ମାଂସ ପାଇଁ ଚାହିଦା ଅଧିକ ଥିବାରୁ ବେପାରୀମାନେ ଚୋରା ଭାବରେ ଚାଲାଣ ଚାଲୁଥିବା ଜଣାପଡ଼ିଛି।
ଜବତ ହୋଇଥିବା କଇଁଛମାନେ ସୁରକ୍ଷିତ ଭାବେ ଜଳାଶୟରେ ଛାଡ଼ିଦିଆଯିବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *