ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ତରଫରୁ ବିଶ୍ଵ ଐତିହ୍ୟ ସପ୍ତାହ ପାଳନ।

Spread the love

ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ତରଫରୁ ବିଶ୍ଵ ଐତିହ୍ୟ ସପ୍ତାହ ପାଳନ।

ଜୟପୁର : କୋରାପୁଟ ଜିଲ୍ଲାର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ବିଶ୍ଵ ଐତିହ୍ୟ ସପ୍ତାହ ଉପଲକ୍ଷେ ଏକ ଆଲୋଚନା ଚକ୍ରର ଅୟୋଜନ ହୋଇଥଲା। ପ୍ରତିବର୍ଷ ୟୁନେକ୍ସୋ ତରଫରୁ ନଭେମ୍ବର ତା ୧୯ ରୁ ୨୫ ରିଖ ପର୍ଯ୍ୟନ୍ତ ଜନ ସାଧାରଣଙ୍କ ମଧ୍ୟରେ ଐତିହ୍ୟ ର ସୁରକ୍ଷା ନିମନ୍ତେ ଏହି ସପ୍ତାହ ପାଳନ କରାଯାଇଥାଏ। ବିଶ୍ଵ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳ ସଚିବ ଶ୍ରୀ ରଞ୍ଜନ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଶ୍ଵ ବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ କୁମାର ପାତ୍ର, ମୁଖ୍ୟ ବକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ଡକ୍ଟର ପରମ ତପ ପ୍ରଧାନ ଓ ଡକ୍ଟର ସନ୍ତୋଷ କୁମାର ମଲ୍ଲିକ ଯୋଗ ଦେଇଥିଲେ। ଏହି ଅବସରର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ବିଶ୍ଵ ଐତିହ୍ୟ ର ସୁରକ୍ଷା କେଁଉଭଳି ଭାବରେ ହୋଈ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଭାଗର ଅଧ୍ୟାପକ ଅମ୍ବୁଦ୍ ପ୍ରଧାନ, ପ୍ରିୟ ରଞ୍ଜନ ସାହୁ, ମହାଦେବ ନାୟକ, ରୋଜାଲିନ ମିଶ୍ର, ସାଗରିକା ଦାସ ଏବଂ ବିଭାଗ ର ସମସ୍ତ ଛାତ୍ର ଓ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଇତିହାସ ବିଭାଗର ମୂଖ୍ୟ ଡକ୍ଟର ରୁସଭ କୁମାର ସାହୁ ପରିଚାଳନା କରିଥଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *