ଚାଷୀ ସଚେତନତା ରଥର ଶୁଭାରମ୍ଭ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ
ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ ହେଲା ଚାଷୀ ସଚେତନତା ରଥା ଆଜି ଜୟପୁର ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଚେୟାରମେନ ସୁଶ୍ରୀ ଆକାକରମ୍ ସସ୍ଯା ରେଡ୍ଡି ସବୁଜ ପତାକା ଦେଖାଇ ଆଜି ଚାଷୀ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ବିଭିନ୍ନ ବ୍ଳକ୍ ପରିକ୍ରମା କରି ଚାଷୀ ମାନଙ୍କୁ ସଚେତନ କରାଇବା ଖରିଫ ଧାନ ବିପଣନ ଋତୁ ୨୦୨୪-୨୫ ରେ ଚଳିତ ବର୍ଷ ଧାନ ସଂଗ୍ରହ କରିବା ପାଇଁ ଗ୍ରହଣ କରାଯାଇଥିବା ଉପଯୋଗୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଲିଣ୍ଟା ଲ ପ୍ରତି ୩୧୦୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି।
ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାନ ର ମାଳନିରୂପଣ ପାଇଁ ଉଚିତ୍ ହାରାହାରି ଗୁଣବତ୍ତା ସମ୍ପର୍କରେ ସଚେତନ କରାଇବା ଧାନରେ କାଲି, ଗୋଡ଼ି, ମାଟି, ପଥର, ଧୂଳି, ନଷ୍ଟ ବେରଙ୍ଗି, ଗଜା ଉଠିQକା, ଅପରିପକ୍ଷ, କଞ୍ଚା, ସବୁଜ ଅଳ୍ପ ତଳ ଶ୍ରେଣୀୟ ଧାନର ଅପମିଶ୍ରଣ, ଆଦ୍ରତା ବା ଦଳୀୟ ଅଂଶ ନଥୁବା ପରିଷ୍କାର ଧାନ ସଂଗ୍ରହ କରାଯିବା ସୁସ୍ଥ ଶସ୍ୟ ଦାନା ଠାରୁ ଭିନ୍ନ ବା ନିକୃଷ୍ଟ ଉପାଦାଳ ନଥୁବା ହାରାହାରି ଗୁଣବରା ଧାନଗ୍ରହଣ କରାଯିବ ଏହି ଜୟପୁର ଉପଜିଲ୍ଲାପାଳ ତଥା ଆଁ ଏମ୍ ସି ର ଚେୟାରମେନ୍ ସୂଶ୍ରୀ ଆକାଓଆରମ୍ ସସ୍ୟା ରେଡ୍ଡି, ବେସାମରିକ ଯୋଗାଣ ଅଧୁକାରୀ ସର୍ବେଶ୍ୱର ନାୟକ,ସହାୟକ ଯୋଗାଣ ଅଧୁକାରୀ ସୁସୀଲ ଜେଳା, ଡାଇରେକ୍ଟର ଦେବେନ୍ଦ୍ର ବାହିନୀପତି, ଏବଂ ନିୟନ୍ତ୍ରିତ ବଳାର କମିଟି ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Leave a Reply