ଆଦର୍ଶ ନଗର ପୋଖରୀ ପୁନରୁଦ୍ଧାର କେବେ ?

Spread the love

ଆଦର୍ଶ ନଗର ପୋଖରୀ ପୁନରୁଦ୍ଧାର କେବେ ?

ଜୟପୁର : ପ୍ରସାଦରାଓ ପେଟା ଆଦର୍ଶ ନଗର ଛକରେ ଥିବା ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡ଼ିଛି ଦିନେ ପୋଖରୀର ପାଣିକୁ ଲୋକେ ପିଇବା ସହ ବିଭିନ୍ନ କାମରେ ବ୍ୟବହାର କରୁଥିଲେ ହେଲେ ବହୁ ବର୍ଷ ଧରି ଦଳ ସଫା ନହେବାରୁ ବର୍ତ୍ତମାନ ଅବର୍ଜନା କୁଣ୍ଡରେ ପରିଣତ ହୋଇଛି ସହର ଅନ୍ୟତମ ପୁରୁଣା ପୋଖରୀ । ସେହିପରି ପୋଖରୀ ତିନି ପାଖରେ ହୋଇଥିବା ଜବରଦଖଲ ସୌନ୍ଦର୍ଯ୍ୟକରଣରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା କୁହାଯାଇଛି ।
ରାଜରାଜୁଡ଼ା ଖନନ ସମୟରେ କରାଯାଇଥିବା ପ୍ରସାଦରାଓ ପେଟାର ପୋଖରୀ ଶହେ ବର୍ଷ ପୁରୁଣା | ଏହା ଦିନେ ପ୍ରସାଦରାଓ ପେଟା ও କୁମ୍ଭାର ସାହି ଅଞ୍ଚଳର ଲୋକଙ୍କ ପାଇଁ ପ୍ରମୁଖ ଳ ଉତ୍ସ ତ୍ସ ଥିଲା । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରୁ ଆରମ୍ଭକରି ବାରମାସ ବିଭିନ୍ନ ଜଳ କାମରେ ବ୍ୟବହାର ହେଉଥିଲା। ଏଥିସହ ପୋଖରୀରୁ ବହୁ ପରିମାଣରେ ମାଛ ମଧ୍ୟ ଧରାଯାଉଥିଲା। ହେଲେ ଲୋକଙ୍କ ସଚେତନତା ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ନିୟମିତ ଭାବେ ପୋଖରୀର ଦଳ ଓ ପଙ୍କ ଉଦ୍ଧାର ହୋଇପାରିଲା ନାହିଁ । ଏଥିସହ ସମୟ କ୍ରମେ ପୋଖରୀ ତିନି ପାଖ ହୁଡ଼ାରେ ଜବରଦଖଲ କରି ଲୋକେ ଝୁମ୍ପୁଡ଼ି କୁଡ଼ିଆ କରି ରହିଲେ। ବର୍ତ୍ତମାନ ଜବରଦଖଲ କରି ପାଖାପାଖି ୧୫୦ଶହ ଘର ତିଆରି ହୋଇ ଏକ ବସ୍ତି ରୂପ ନେଇଛି। ପୁରୁଣା ପୋଖରୀର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ପରେ ପୌରପାଳିକା ଏନେଇ ଦୁଇବର୍ଷ ତଳେ ଆଲୋଚନା କରିଥିଲା। ହେଲେ ପୋଖରୀର ସୌନ୍ଦର୍ଯ୍ୟକରଣ ପୂର୍ବରୁ ଜବରଦଖଲ ଉଚ୍ଛେଦ କଣ୍ଟା ସାଜିଲା। ୧୫୦ ପରିବାରକୁ ପ୍ରଥମେ ଥଇଥାନ ନକରି ପୋଖରୀର ପୁନରୁଦ୍ଧାର ଅସମ୍ଭବ ହୋଇଥିବାରୁ ଆଲୋଚନା ଆଲୋଚନା ମଧ୍ୟରେ ସମୀତ ରହିଯାଇଥିବା ୨୨ନଂ ୱାର୍ଡର କାଉନସିଲର ଏ. ଶ୍ରୀନୁ ପ୍ରକାଶ କରିଛନ୍ତି |

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *