ଜାତୀୟ ସ୍ତରୀୟ ସ୍କୁଲ ଏଥେଲେଟିକସ ଚମ୍ପିୟାନସିପ ରେ ଓଡିଶାକୁ ବ୍ରୋଞ୍ଚ,ନବରଙ୍ଗପୁର ଝିଅ ଆଣିଲେ ଗୌରବ l

Spread the love

ଜାତୀୟ ସ୍ତରୀୟ ସ୍କୁଲ ଏଥେଲେଟିକସ ଚମ୍ପିୟାନସିପ ରେ ଓଡିଶାକୁ ବ୍ରୋଞ୍ଚ,ନବରଙ୍ଗପୁର ଝିଅ ଆଣିଲେ ଗୌରବ

ଇନ୍ଦ୍ରାବତୀ:୨୮/୧୧(ଇମିସ) ଜାତୀୟ ସ୍ତରିୟ ସ୍କୁଲ ଏଥେଲେଟିକସ ଚମ୍ପିୟାନସିପ ସତର ବର୍ଷରୁ କମ ପ୍ରତିଯୋଗିତା ରେ ଓଡିଶା କୁ ମିଳିଛି ବ୍ରଞ୍ଜ ପଦକ ! ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ଗ୍ରାମର ସାମ୍ବାଦିକ ଏଲ ସନ୍ତୋଷ ରାଓଙ୍କ ଝିଅ ଏଲ ସ୍ନିଗ୍ଧା ପୋଲ ଭଲ୍ଟ ଇଭେଣ୍ଟ ରେ ବ୍ରଞ୍ଜ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା ସମେତ ଓଡିଶା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ! ସ୍ନିଗ୍ଧା ଭୁବନେଶ୍ୱର ସ୍ଥିତ ବାଳିକା ବିଦ୍ୟାଳୟ ୟୁନିଟ 4 ରେ ନବମ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି ! ଉତ୍ତର ପ୍ରେଦେଶ ରାଜ୍ୟ ଲକ୍ଷ୍ମନୌ ସହର ସ୍ଥିତ ଗୁରୁ ଗୋବିନ୍ଦ ସ୍ପୋର୍ଟ କଲେଜ ପରିସରରେ ଦୀର୍ଘ ପଞ୍ଚାଦିନ ଧରି ଚାଲିଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା କୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଉଦଘାଟନ କରିଥିଲେ ! ଏହି ପ୍ରତିଯୋଗିତା ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିଵା ବେଳେ ସମଗ୍ର ଭାରତ ର ସମସ୍ତ ରାଜ୍ୟର ପ୍ରତିଯୋଗୀ ଭାଗ ନେଇଥିଲେ ! ତେବେ ଓଡିଶା ରୁ ୨0 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ! ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ଗ୍ରାମର ସାମ୍ବାଦିକ ଏଲ ସନ୍ତୋଷ ରାଓ ଙ୍କ ଝିଅ ଏଲ ସ୍ନିଗ୍ଧା ପୋଲ ଭୋଲଟ ଇଭେଣ୍ଟ ରେ ଓଡିଶା ପାଇଁ ପ୍ରଥମ ବୋଞ୍ଚ ପଦକ ହାସଲ କରି ଓଡିଶା ତଥା ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ! ଉତ୍ତର ପ୍ରଦେଶର ଅଲମ୍ପିୟାଡ଼ ଜଟା ଶଙ୍କର ମିଶ୍ରା,ଡ.ବେଡ଼ପତି ସ୍ନିଗ୍ଧା ଙ୍କୁ ବ୍ରଞ୍ଜ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ ! ଏହି ପ୍ରତିଯୋଗିତା ରେ ହରିୟାଣା ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ କେରଳ ରୁ ରୌପ୍ୟ ପଦକ ହାସଲ କରିଛି ! ସୂଚନା ଅନୁଯାଇ ଏଲ ସ୍ନିଗ୍ଧା ଙ୍କ ପିଲାଦିନରୁ ଖେଳ ପ୍ରତି ଆଗ୍ରହ ରହିଥିଲା ! ସେ ଶିଶୁ ବିଦ୍ୟା ମନ୍ଦିର ଖାତିଗୁଡା ରେ ଅଧ୍ୟୟନ କରୁଥିବା ସମୟଠାରୁ ଚମ୍ପିୟାନ ହୋଇ ଅଦର୍ଶ ବିଦ୍ୟାଳୟ ଖେଳ ଶିକ୍ଷକ ଉମେଶ ଚନ୍ଦ୍ର ମଲ୍ଲିକ ଙ୍କ ପ୍ରେରଣା ରେ ଜିଲ୍ଲାରୁ ରାଜ୍ୟକୁ ଉନ୍ନୀତ ହୋଇ କଳିଙ୍ଗ ଷ୍ଟାଡିୟମ ବାଳିକା ଛାତ୍ରୀବାସ ରେ କୋଚ ରିତା ଏବଂ ଲିପିକା ଙ୍କ ଛତ୍ରଛାୟା ତଳେ ରହି ଅଭ୍ୟାସ ଜାରିରଖିଛନ୍ତି ! ବର୍ତମାନ ସ୍ନିଧା ଭୁବନେଶ୍ୱର ସ୍ଥିତ ବାଳିକା ବିଦ୍ୟାଳୟ( ୟୁନିଟ 4 )ରେ ଅଧ୍ୟୟନ କରି କୋଚ ମିଲବର ଙ୍କ ଅଧୀନରେ ପୋଲଭୋଲଟ ଅଭ୍ୟାସ କରୁଛନ୍ତି ! ଆଗକୁ ଅନ୍ତଜାତୀୟ ସ୍ତରରେ ଖେଳିବା ସହ ଅଲମ୍ପିକ ଖେଳିବାକୁ ଆଶା ରଖିଛନ୍ତ ! ଏହି ପ୍ରରିପ୍ରେକ୍ଷୀରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଜିଲ୍ଲା ପାଳ ଡ଼.ଶୁଭଙ୍କର ମହାପାତ୍ର,ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ,ଖାତିଗୁଡା ଶିଶୁ ଵିଦ୍ୟା ମନ୍ଦିର,ଶ୍ରୀ ଆରବନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,ଚରାମୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଓଡିଶା ଆଦର୍ଶ ବିଦ୍ୟାଳୟ ଲୋକୋଡ଼ିପାଲା ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସ୍ନିଧା ଙ୍କୁ ଶୁଭେଚ୍ଛା ଜଣାଇଥିଲେ ! ଏଥି ସହ କଳିଙ୍ଗ ଷ୍ଟାଡିୟମ ର ସମସ୍ତ କୋଚ,ସ୍କୁଲ ଟିମ ମ୍ୟାନେଜର ରଙ୍କନିଧି ବେହେରା, ଧର୍ମେନ୍ଦ୍ର ପ୍ରଧାନ,କୋଚ ବାସୁଦେବ ପ୍ରଧାନ ଓ ମହିଳା କୋଚ ବିଷ୍ଣୁ ପ୍ରିୟା ଓଝା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି !

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *